ମାହାଙ୍ଗାରେ ଛେଳି ଚୋରକୁ କାବୁ କଲେ ଗ୍ରାମବାସୀ, ୩ଜଣଙ୍କ ଭିତରୁ ଦୁଇ ଖସି ପଳାଇଲେ

ମାହାଙ୍ଗା(କେନ୍ଯୁଜ୍): ଛେଳି ଚୋରଙ୍କୁ ପାନେ। କଟକ ଜିଲ୍ଲା ମାହାଙ୍ଗା ଥାନା ଗୋକନ ପଞ୍ଚାୟତ ଆଳୁନଟା ଗ୍ରାମର କେଶବ ମଲ୍ଲିକଙ୍କ ଗୁହାଳରୁ ୩ ଜଣ ଚୋର ଛେଳି ଚୋରି କରୁଥିଲେ। ହଠାତ୍ ସେହି ସମୟରେ ପରିବାର ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ଚୋର ମାନେ। ତେବେ ଦୁଇ ଜଣ ଚୋର ଘଟଣାସ୍ଥଳରୁ ଖସି ପଳାଇଯାଇଥିବାବେଳେ, ଅନ୍ୟ ଜଣେ ଚୋର କିନ୍ତୁ ଯାଇପାରିନଥିଲା । ତାକୁ ଗ୍ରାମବାସୀ କାବୁ କରିବାରେ ସଫଳ ହୋଇଥିଲେ।

ଅଟକ ଚୋର ଜଣଙ୍କ ଅଲ୍ଲୀଅରା ଗ୍ରାମର ପ୍ରଭାତ ରାଉତ। ତା ପାଖରୁ ଗୋଟିଏ ଛୁରୀ , ସାଇକେଲ ଓ ଏକ ରସି ସହିତ ମୋବାଇଲ ଜବତ କରିଥିଲେ ଗ୍ରାମବାସୀ । ଏହାପରେ ଗ୍ରାମବାସୀ ମାହାଙ୍ଗା ଥାନାକୁ ଏନେଇ ଜଣାଇଲା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଛେଳି ଚୋରକୁ ଥାନାକୁ ନେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.