Below header

ସୋର : ମହିଳାଙ୍କୁ ପୋଲିସର ପରିଚୟ ଦେଇ ସୁନା ଗହଣା ଲୁଟ୍

ସୋର (କେନ୍ୟୁଜ) : ବାଲେଶ୍ବର ଜିଲ୍ଲା ସୋର କୋର୍ଟ ଛକରୁ ମହିଳାଙ୍କ ଠାରୁ ଗହଣା ଲୁଟ୍‌ । ପୋଲିସର ପରିଚୟ ଦେଇ ଲୁଟୋରା ଏହି ସୁନା ଗହଣା ଲୁଟ୍‌ କରି ନେଇଛନ୍ତି। ଲୁଟେରାଙ୍କ ଶିକାର ହୋଇଛନ୍ତି ଟ୍ରେଜେରୀ କଲୋନୀର ମହିଳା ସବିତାରାଣୀ ଜେନା । ସେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର ଡାକ୍ତରଖାନାର ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ। ସବିତା ଅଫିସ ଯିବା ସମୟରେ କୋର୍ଟ ଛକରେ ଦୁଇ ଅଚିହ୍ନା ଯୁବକ କଳା ବାଇକରେ ଆସି ମହିଳାଙ୍କୁ ଅଟକାଇ ନିଜକୁ ପୋଲିସ୍‌ ପରିଚୟ ଦେଇ ଲୁଟ୍‌ କରିବା ପରେ ତୁରନ୍ତ ଚମ୍ପଟ୍‌ କାରିଥିଲେ। ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.