ସବୁ ପରିସ୍ଥିତିରେ ଇଏ ମୋତେ ଆପଣେଇବେ, ପୂରା ଦୁନିଆ ସାମ୍ନାରେ ଏହି ଅଭିନେତା ନେହା କକ୍କଡଙ୍କ ସହିତ କଲେ ଫ୍ଲର୍ଟିଂ

ବଲିଉଡ଼ର ଶ୍ରେଷ୍ଠ ଗାୟିକା ନେହା କକ୍କଡ଼ ଡ଼୍ୟାନ୍ସ ରିୟଲିଟି ଶୋ’ ‘ସୁପର ଡ଼୍ୟାନ୍ସର ସିଜିନ୍-୩’ରେ ଆସିଥିଲେ। ଏହି ଶୋ’ ରେ ଷ୍ଟାଇଲିଷ୍ଟ ସିଙ୍ଗର ନେହାଙ୍କୁ ବହୁତ ଭଲଭାବେ ସ୍ବାଗତ କରାଯାଇଥିଲା। ଏହି ଶୋ’ରେ ରିତ୍ତ୍ବିକ ଧନଜାନୀଙ୍କ ସହିତ ମଞ୍ଚ ପରିଚାଳନା କରୁଥିବା ମାମା ଜୀ ନେହା କକ୍କଡ଼ଙ୍କ ପ୍ରତି ଅଧିକ ଆକର୍ଷିତ ହେବାର ନଜର ଆସିଥିଲେ। ମଞ୍ଚରେ ନେହାଙ୍କ ଏଣ୍ଟ୍ରିରେ ମାମା ଜୀଙ୍କ ମୁହଁରୁ ମିଠା ମିଠା କଥା ଆରମ୍ଭ ହେଉଥିଲା। କଥା କଥାରେ ମାମା ଜୀଙ୍କ ମୁହଁରୁ ଏପରି କିଛି କଥା ବାହାରିଥିଲା ଯାହା ଶୁଣିବା ପରେ ଦର୍ଶକମାନେ ରିଏକ୍ସନ ଦେବା ସହିତ ହସିବାର ନଜର ଆସିଥିଲେ।

superdancerଡ଼୍ୟାନ୍ସ ରିୟଲିଟି ସୋ ରେ ନେହା ରିତ୍ତ୍ବିକଙ୍କ ସହ ମଞ୍ଚ ପରିଚାଳନା କରୁଥିବା କୋ-ଆଙ୍କରଙ୍କୁ ମାମା ଜୀ ବୋଲି ଡ଼ାକୁଥିଲେ। ‘ସେତେବେଳେ ନେହାକୁ ରିତ୍ତ୍ବିକ କହିଲେ ଯେ ଏଠି ତୁମକୁ ଦେଖି କାହାର ହୋସ ଉଡି ଗଲାଣି’। ନେହା ଏହି କଥା ଶୁଣିବା ପରେ ନିଜ ହସକୁ ଅଟକାଇ ପାରିଲେ ନାହିଁ। ସେତେବେଳ ମାମା ଜୀ କହିଲେ ‘ ବହୁତ କଷ୍ଟ ତୁମ ଠାରୁ ଦୁରେଇ ରହି ବଞ୍ଚିବା,। ଏହା ସହିତ ମାମା ଜୀ ପରେ ଏହା କହିଲେ ଯେ,‘ୟେ ମୁଝେ ନେହିଁ ଦେଖ୍ ସକତି ମୁଝେ ଆଖୋଁ ମେ ନମୀ କେ ସାଥ୍ , ୟେ ଆପନାଏଗୀ ମୁଝେ ହର କମି କେ ସାଥ୍‘। ଏହା ଶୁଣିଲା ପରେ ନେହା ଲାଜେଇ ଗଲେ।

neha-kakkarବର୍ତ୍ତମାନ ନେହା କକ୍କଡ଼ ସିଙ୍ଗିଲ୍ ଅଛନ୍ତି। ଏହି କିଛି ଦିନ ହେବ ତାଙ୍କର ବ୍ରେକଅପ ହୋଇଛି। ହିମାଂଶୁ କୋହଲୀଙ୍କ ସହିତ ନେହା କକ୍କଡ଼ ରିଲେଶନସିପରେ ଥିଲେ। ରିୟାଲିଟି ସୋ ଇଣ୍ଡିଆନ ଆଇଡ଼ଲର ମଞ୍ଚରେ ଦୁଇଜଣ ପରସ୍ପର ଭଲପାଇବା କଥା କହିଥିଲେ। ସୋ ରେ ହିମାଂଶ ନେହାଙ୍କୁ ପ୍ରପୋଜ ମଧ୍ୟ କରିଥିଲେ। କିନ୍ତୁ ସୋ ଶେଷ ହେବା ପରେ ପରେ ନେହାଙ୍କର ହିମାଂଶଙ୍କ ସହିତ ବ୍ରେକଅପ ହୋଇଯାଇଥିଲା। ଖବର ମୁତାବିକ ନେହା ଏବଂ ହିମାଂଶ ଗୋଟେ ସୋ ରେ ପ୍ରତିଯୋଗୀ ଥିବା କାରଣରୁ ଦୁହିଁଙ୍କ ମଧ୍ୟରେ ଦୂରତା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.