Below header

ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ପୂରିଲା ବର୍ଷେ

ବଲାଙ୍ଗିର(କେନ୍ୟୁଜ୍) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ବର୍ଷେ ବିତିଛି । ଗତ ବର୍ଷ ଫେବୃଆରୀ ୨୩ରେ ପାଟଣାଗଡ଼ା ଭୋଳାନାଥପଡ଼ାର ନବବିବାହିତ ସୌମ୍ୟଶେଖର ସାହୁଙ୍କ ପାଖକୁ ଆସିଥିବା ଉପହାର ପାର୍ସଲ ଖୋଲିବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା । ନବବଧୂ ରୀମା ଗୁରୁତର ଆହତ ହୋଇଥିଲେ । ଏହି ମାମଲାରେ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଗିରଫ ପରେ ଏବେ ବଲାଙ୍ଗିର ଜେଲରେ ଦିନ କାଟୁଛି । କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ପୁଞ୍ଜିଲାଲ ବିରୋଧରେ ବଳିଷ୍ଠ ତଥ୍ୟ ଓ ପ୍ରମାଣ ସହ କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ଏବେ ନ୍ୟାୟ ଅପେକ୍ଷାରେ ସୌମ୍ୟଶେଖରଙ୍କ ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.