Below header

ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ଶୋଭାଯାତ୍ରା, ଖୋର୍ଦ୍ଧା ପିଏନ୍‌ କଲେଜରେ ପହଞ୍ଚିଲା ସ୍ୱର୍ଣ୍ଣିମ ବିଜୟ ଜ୍ୟୋତି

ଖୋର୍ଦ୍ଧା(କେନ୍ୟୁଜ୍):  ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପହଁଚିଛି ଆଜି ସ୍ୱର୍ଣ୍ଣିମ ବିଜୟ ଜ୍ୟୋତି । ଏହି ବିଜୟ ଜ୍ୟୋତିକୁ କର୍ଣ୍ଣଲ ଅଶୋକ ମିଶ୍ରଙ୍କ ନେତୃତ୍ୱରେ ଅଣାଯାଇଥିଲା । ପରେ ପ୍ରାଣନାଥ କଲେଜର ଅଧକ୍ଷା ରଂଜିତା ସେଠୀ ସ୍ୱର୍ଣ୍ଣିମ ବିଜୟ ଜ୍ୟୋତିକୁ ସ୍ୱଗତ କରିଥିଲେ ।

pn collage

ଏହି ଅବସରରେ କଲେଜର ଏନ. ସି. ସି ଛାତ୍ରଛାତ୍ରୀ ପାଇକ ଆଖଡା ସମର କଳା ପ୍ରଦର୍ଶନ କରି ପାଛୋଟି ନେଇ ଥିଲେ । ପରେ ଏନେଇ କଲେଜ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧକୁ ପଚାଶ ବର୍ଷ ପୁରିବା ଅବସରରେ ୨୦୨୦ରୁ ଏହି ବିଜୟ ଜ୍ୟୋତି ଶୋଭାଯାତ୍ରା ଆରମ୍ଭ ହୋଇ ଦେଶ ସାରା ପରିଭ୍ରମଣ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.