ସମ୍ବଲପୁର ସିଟି ଷ୍ଟେସନ ନିଖୋଜ ହୋଇଗଲେ ମାଆ-ଝିଅ, ୪ ଦିନ ପରେ ବି ମିଳିନି ପତ୍ତା

ସମ୍ବଲପୁର(କେନ୍ୟୁଜ୍): ନିଖୋଜର ୪ ଦିନ ପରେ ବି ମାଆ-ଝିଅଙ୍କ ମିଳିନି ପତ୍ତା । ସମ୍ବଲପୁର ସିଟି ଷ୍ଟେସନରେ ଇଣ୍ଟରସିଟି ଟ୍ରେନରେ ଭୁବନେଶ୍ୱର ଫେରିବା ବେଳେ ଜଗତସିଂହପୁର ଜିଲ୍ଲାର ମଳୟରଞ୍ଜନ ମୈତ୍ରୀଙ୍କ ସ୍ତ୍ରୀ ସିପ୍ରାଞ୍ଜଳି ଓ ତାଙ୍କ ଝିଅ ଅଧବାଟରୁ ନିଖୋଜ ହୋଇଯାଇଥିଲେ । ଏନେଇ ଜିଆରପି ତଦନ୍ତ କରୁଥିଲେ ମଧ୍ୟ ଏଯାଏ ମାଆଝିଅଙ୍କ ପତ୍ତା ମିଳିପାରିନାହିଁ । ଏହି ଘଟଣାରେ ସିପ୍ରାଞ୍ଜଳିଙ୍କ ସ୍ୱାମୀଙ୍କୁ ମଧ୍ୟ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି । ସେହିପରି ହୀରାକୁଦରେ ରହୁଥିବା ସିପ୍ରାଞ୍ଜଳିଙ୍କ ଭିଣୋଇଙ୍କ ଉପରେ ମଧ୍ୟ ନଜର ରଖିଛି ପୋଲିସ ।

ଗତ ୨୫ ତାରିଖରେ ସିପ୍ରାଞ୍ଜଳି ଓ ଝିଅଙ୍କୁ ତାଙ୍କ ଭିଣୋଇ ସିଟି ଷ୍ଟେସନରେ ଇଣ୍ଟରସିଟି ଟ୍ରେନରେ ବସାଇଥିଲେ । ହେଲେ ଟ୍ରେନ ଭୁବନେଶ୍ୱର ପହଞ୍ଚିବା ପରେ ମଧ୍ୟ ସିପ୍ରାଞ୍ଜଳି ଓ ତାଙ୍କ ଝିଅ ନ ପହଞ୍ଚିବାରୁ ପରିବାର ଲୋକ ଜିଆରପି ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ ବେଳେ ଜଣାପଡ଼ିଛି ଯେ, ଇଣ୍ଟରସିଟି ଟ୍ରେନ ଛାଡ଼ିବାର ଏକ ଘଣ୍ଟା ପରେ ସିପ୍ରାଞ୍ଜଳିଙ୍କ ମୋବାଇଲ ଫୋନ ଲୋକେସନ ରେଢ଼ାଖୋଲ ଦେଖାଇଥିବା ବେଳେ ଏହାର ୩ ଘଣ୍ଟା ପରେ ଲୋକେସନ ସମ୍ବଲପୁର ମାଝିପାଲି ଅଞ୍ଚଳ ଦେଖାଇଥିଲା । ଏହାପରେ ଆଉ କୌଣସି ଖୋଜଖବର ନାହିିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.