Below header

ତୃଣମୂଳ କଂଗ୍ରେସରେ ମିଶିଲେ ଟେନିସ ତାରକା ଲିଆଣ୍ଡର ପେସ୍‌, ଦିଦିଙ୍କୁ କହିଲେ ପ୍ରକୃତ ଚାମ୍ପିଅନ

କେନ୍ୟୁଜ୍(ବ୍ୟୁରୋ):ତୃଣମୂଳ କଂଗ୍ରେସରେ ମିଶିଲେ ଟେନିସ ତାରକା ଲିଆଣ୍ଡର ପେସ୍‌ । ଗୋଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ଟିଏମସିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏହି ଅବସରରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ । ସେହିପରି ଅଭିନେତ୍ରୀ ନଫିସା ଅଲ୍ଲୀ ବି ଟିଏମସିରେ ସାମିଲ ହୋଇଛନ୍ତି । ରାଜନୀତିରେ ମାଧ୍ୟମରେ ଦେଶର ସେବା କରିବେ ବୋଲି କହିଛନ୍ତି ଲିଆଣ୍ଡର ପେସ୍‌ । ଦିଦିଙ୍କୁ ପ୍ରକୃତ ଚାମ୍ପିଅନ ବୋଲି କହିଛନ୍ତି ଏହି ୪୮ ବର୍ଷୀୟ ଟେନିସ୍‌ ତାରକା ।

ଆସନ୍ତାବର୍ଷ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ ଉପରେ ନଜର ରଖିଛି ଟିଏମସି । ଗୁରୁବାର ଠାରୁ ଦିଦି ଗୋଆ ଗସ୍ତରେ ଅଛନ୍ତି । ଏହି ଗସ୍ତରେ ବୁଦ୍ଧିଜୀବୀ, ବୃତ୍ତିଧାରୀ ଓ ବିଭିନ୍ନ ବର୍ଗଙ୍କ ସହ ଆଲୋଚନା କରିବେ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ବଡ଼ ବିଜୟ ପରେ ଟିଏମସି ଏବେ ଜାତୀୟ ସ୍ତରରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଚାହୁଁଛି । ଏବେ ଦଳର ଫୋକସରେ ରହିଛି ଗୋଆ ଓ ତ୍ରିପୁରା।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.