Below header

ଝାରସୁଗୁଡ଼ାରୁ ଚୌଦ୍ୱାର ସର୍କଲ ଜେଲ୍‌ ଆସୁଛି ଗୋପାଳ, ସୁରକ୍ଷା ଦୃଷ୍ଟିରୁ ଅଣାଯାଉଛି

ଝାରସୁଗୁଡ଼ାରୁ ଚୌଦ୍ୱାର ସର୍କଲ ଜେଲ୍‌ ଆସୁଛି ଗୋପାଳ । ସୁରକ୍ଷା ଦୃଷ୍ଟିରୁ ତାକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଉଛି । ଚୌଦ୍ୱାର ସର୍କଲ ଜେଲ୍‌ର ହାଇ ସିକ୍ୟୁରିଟି ସେଲ୍‌ରେ ଗୋପାଳକୁ ରଖାଯିବ । ଗୋପାଳକୁ ଜଗିବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ। ୨୪ ଘଣ୍ଟିଆ ସିକ୍ୟୁରିଟି ମନିଟରିଂ କରାଯିବ । କଡ଼ା ସୁରକ୍ଷାରେ ଗୋପାଳକୁ ଝାରସୁଗୁଡ଼ାରୁ ସଡ଼କ ପଥରେ ଅଣାଯାଉଛି ।

ଝାରସୁଗୁଡ଼ା(କେନ୍ୟୁଜ): ଝାରସୁଗୁଡ଼ାରୁ ଚୌଦ୍ୱାର ସର୍କଲ ଜେଲ୍‌ ଆସୁଛି ଗୋପାଳ । ସୁରକ୍ଷା ଦୃଷ୍ଟିରୁ ତାକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଉଛି । ଚୌଦ୍ୱାର ସର୍କଲ ଜେଲ୍‌ର ହାଇ ସିକ୍ୟୁରିଟି ସେଲ୍‌ରେ ଗୋପାଳକୁ ରଖାଯିବ । ଗୋପାଳକୁ ଜଗିବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ। ୨୪ ଘଣ୍ଟିଆ ସିକ୍ୟୁରିଟି ମନିଟରିଂ କରାଯିବ । କଡ଼ା ସୁରକ୍ଷାରେ ଗୋପାଳକୁ ଝାରସୁଗୁଡ଼ାରୁ ସଡ଼କ ପଥରେ ଅଣାଯାଉଛି ।

ଗୋପାଳକୁ ସ୍ଥାନାନ୍ତର ନେଇ ଝାରସୁଗୁଡ଼ା ସବ୍‌ ଜେଲ କର୍ତ୍ତୃପକ୍ଷ ଜେଲ୍‌ ଡିଜିଙ୍କୁ ଅନୁରୋଧ କରିଥିଲେ । ଏହାକୁ ଅନୁମୋଦନ କରିଥିଲେ ଜେଲ୍‌ ଡିଜି ମନୋଜ ଛାବ୍ରା । ଆଜି ସ୍ଥାନାନ୍ତର ପାଇଁ ଜେଏମଏଫସି କୋର୍ଟ ମଧ୍ୟ ଅନୁମତି ଦେଇଥିଲେ । ଆଜି ପୁଣି ଝାରସୁଗୁଡ଼ା ଜେଏମ୍‌ଏସ୍‌ଫି କୋର୍ଟରେ ହାଜର ହୋଇଥିଲା ଗୋପାଳ ଦାସ । ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ସିଆରପିସିର ୧୬୪ ଧାରାରେ ଅଭିଯୁକ୍ତର ବୟାନ ରେକର୍ଡ କରାଯାଇଥିଲା । ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.