ଗୁଲାବ ମୁକାବିଲା: ଗୋପାଳପୁର ଓ ସୋନପୁର ବେଳାଭୂମି ଦୁଇ ଦିନ ପାଇଁ ବନ୍ଦ, ବ୍ରହ୍ମପୁରରେ ୪୦ଟି ୱାର୍ଡ ପାଇଁ ୨୧ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ
ବ୍ରହ୍ମପୁର(କେନ୍ୟୁଜ୍):ବାତ୍ୟା ଗୁଲାବର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଗୋପାଳପୁର ଓ ସୋନପୁର ବେଳାଭୂମିକୁ ଦୁଇ ଦିନ ପାଇଁ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଓ କମ୍ୟୁନିଟି ହଲ୍ ଗୁଡିକୁ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାର ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ଅଧିକ ସଚେତନ ରହିବା ପାଇଁ ସତର୍କ କରାଯାଇଛି।
ବ୍ରହ୍ମପୁରରେ ମଧ୍ୟ ଗୁଲାବ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି BMC। ସହରର ୪୦ଟି ୱାର୍ଡ ନିମନ୍ତେ ୨୧ଟି ଆଶ୍ରୟସ୍ଥଳୀ କରାଯାଇଛି। ୨୦ଟି ସହରତଳି ଅଞ୍ଚଳରେ କଚ୍ଚା ଘରେ ରହୁଥିବା ୧୨୦୮ଟି ପରିବାରକୁ ସ୍ଥାନାନ୍ତର କରିବା ନେଇ ଚିହ୍ନଟ କରାଯାଇଛି। ଗତକାଲିଠୁ ବର୍ଷା ଲାଗି ରହିଛି।