Below header

ଆଉ ମିଳିବେନି ଏମିତି ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ରାଜ୍ୟ ମୁଖ୍ୟ

ରାଜ୍ୟପାଳଙ୍କ ମହାନୁଭବତା। ସେମାନେ ଆମ ନମସ୍ୟ । ସେମନେ ଆମର ପୂଜ୍ୟ । ଏଇ ମହାନ୍ ବ୍ୟକ୍ତିତ୍ୱଙ୍କ ପାଇଁ ଆମେ ଆଜି ସ୍ୱାଧୀନତାର ସ୍ୱାଦ ଚାଖିଛୁ । ସ୍ୱାଧୀନତା ଆନ୍ଦୋଳନରେ ସେମାନଙ୍କ ସଂଘର୍ଷ ଓ ବଳିଦାନ ଅତୁଳନୀୟ । ଏସବୁକୁ ଆମେ ଭୁଲିଯିବା ଉଚିତ ନୁହେଁ । ଏଇକଥାକୁ ସ୍ମରଣ କରାଇ ଦେଇଛନ୍ତି ଆମ ରାଜ୍ୟମୁଖ୍ୟ । ଆମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ୭୦ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜଭବନରେ ଏକାଠି ହୋଇଥିଲେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କ ପରିବାର । ରାଜ୍ୟପାଳ ସେମାନଙ୍କୁ ସମ୍ମାନିତ କରିବା ସହ ନିଜେ ପ୍ରତ୍ୟକ୍ଷ ଭାବେ ସମସ୍ତଙ୍କୁ ଭେଟିଥିଲେ ।

ganeshilalଆଉ ଭକ୍ତି ଓ ଶ୍ରଦ୍ଧାରେ ତାଙ୍କ ମୁଣ୍ଡ ନଇଁ ଯାଇଥିଲା ସେହି ମହାନ୍ ସଂଗ୍ରାମୀଙ୍କ ଆଗରେ । ଜଣ ଜଣ କରି ସମସ୍ତଙ୍କ ପାଦ ତଳେ ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲେ ରାଜ୍ୟପାଳ । ରାଜ୍ୟବାସୀଙ୍କ ତରଫରୁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ । ରାଜ୍ୟ ଓ ଦେଶର ଅଖଣ୍ଡତା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ । ଇତିହାସରେ ଏଭଳି ଦୃଶ୍ୟ ବିରଳ । ଯେଉଁଠି ସ୍ୱୟଂ ରାଜ୍ୟପାଳ ମଥାନତ କରି ଅତ୍ୟନ୍ତ ବିନମ୍ରତା ପୂର୍ବକ ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରାଣମ କରୁଥିଲେ । ଏଭଳି ଦୁର୍ଲଭ ଦୃଶ୍ୟ ହୁଏତ ଆଉ କେବେ ଦେଖିବାକୁ ମିଳିବ ନାହିଁ ।

ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିବା ଅନେକ ସଂଗ୍ରାମୀ ଆଉ ଇହଲୋକରେ ନାହାନ୍ତି । ଯେଉଁମାନେ ବି ଅଛନ୍ତି ସେମାନେ ବୟସର ଶେଷ ପାହାଚରେ । ସେମାନଙ୍କ ନିକଟରେ ଆମେ ଚିର ୠଣୀ । ତେଣୁ ଏମାନଙ୍କ ଆଶୀର୍ବାଦ ଆମ ପାଇଁ କୋଟିପୁଣ୍ୟ ସହ ସମାନ । ଏଇ ବାର୍ତ୍ତା ଦେଇଥିଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.