ପ୍ରଫେସର ପ୍ରଭାତ କୁମାର ରାଉଳ ହେଲେ OUATର ନୂଆ କୂଳପତି, ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

କେନ୍ୟୁଜ୍(ବ୍ୟୁରୋ): OUATକୁ ମିଳିଲା ନୂଆ କୂଳପତି।  ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ କୂଳପତି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ପ୍ରଫେସର ରାଉଳଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ। ଏହା ପରେ ପରବର୍ତ୍ତି ନିଦ୍ଦେଶାନାମା ବାହାରିବା ପର୍ଯ୍ୟନ୍ତ ସେ ଦାୟିତ୍ବରେ ରହିବ ।

ବର୍ତ୍ତମାନ ପ୍ରଫେସର ରାଉଳ APICOLର ପରିଚାଳନା ନିର୍ଦ୍ଦେଣକ ଭାବେ ଦାୟିତ୍ବ ସମ୍ଭାଳୁଛନ୍ତି। ଏହା ସହିତ ପ୍ରଫେସର ରାଉଳଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୯ ବର୍ଷର ଅଭିଜ୍ଞତା ରହିଛି। ତା ସହିତ ୯ ଥର ପିଏଚଡି ସ୍କଲାର ପାଇଛନ୍ତି। କେବଳ ଏତିକି ନୁହେଁ ପ୍ରଫେସର ପ୍ରଭାତ ରାଉଳ ନିଜ ସୃଜନରୁ  ୨୪ଟି ପୁସ୍ତକ ଲେଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.