ଶୌର୍ଯ୍ୟ ଚକ୍ର ଫେରାଇ ଦେଲେ ସହୀଦଙ୍କ ପରିବାର, କହିଲେ, ପୋଟୋକଲ ପାଳନ କରାଯାଇ ନଥିବାରୁ ସହୀଦଙ୍କୁ ଅପମାନ

ନୂଆଦିଲ୍ଲୀ : ଗୁଜୁରାଟରେ ଜଣେ ସିହଦ ଯବାନଙ୍କ ପରିବାର ପୁଅର ବୀରତା ପାଇଁ ପଠାଯାଇଥିବା ଶୌର୍ଯ୍ୟ ଚକ୍ର ଫେରାଇ ଦେଇଛନ୍ତି । ୫ ବର୍ଷ ପୂର୍ବେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ୁଥିବା ବେଳେ ସହୀଦ ହୋଇଥିଲେ ଉକ୍ତ ଯବାନ ଲାନ୍ସ ନାୟକ ଗୋପାଳ ଭଦୋରିଆ ।

ସେ ୨୦୦୭ ରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ୁଥିବାବେଳେ ସେ ସହୀଦ ହୋଇଥିଲେ । ତେବେ ସହୀଦଙ୍କ ବୀରତା ପାଇଁ ଡାକ ଯୋଗେ ପଠାଯାଇଥିବା ଏହି ପୁରସ୍କାର କେବଳ ପୋଟୋକଲର ଅପମାନ ନୁହେଁ ସହୀଦଙ୍କ ବଳିଦାନର ଅପମାନ ବୋଲି ପରିବାର ଲୋକେ କହଛନ୍ତି ।

ସେପ୍ଟେମ୍ବର ୫ ତାରିଖରେ ଡାକ କୋରିଅର ଯୋଗେ ଆସିଥିବା ଶୌର୍ଯ୍ୟ ଚକ୍ର ବାଲା ଏକ କୋରିଅର ବ୍ୟାଗକୁ ଯବାନଙ୍କ ପିତା ମୁନିମ ସିଂହ ଫେରାଇ ଦେଇଥିଲେ । ମୁନିମ ସିଂହ କହିଥିଲେ ଯେ ୨୦୧୭ ମସିହାରେ ତାଙ୍କ ପୁଅ ଆତଙ୍କବାଦୀଙ୍କ ସହ ମୁକାବିଲା କରିବା ସମୟରେ ଦେଶ ପାଇଁ ସହୀଦ ହୋଇଛନ୍ତି ।

ତେବେ ବୀରତାର ପୁରସ୍ମାର ନୂଆଦିଲ୍ଳୀ ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ପୁରସ୍କାର ଦେବା କଥା । ହେଲେ ଏହାକୁ ଡାକଯୋଗେ ପଠାଯାଇ ସହୀଦ ଓ ଏହି ପୁରସ୍କାରର ଅପାମାନ କରାଯାଇଛି । ତେଣୁ ଏହି ପାର୍ସଲ ବାଲା ପଦକକୁ ମୁଁ ଗ୍ରହଣ ନକରି ଫେରାଇ ଦେଇଛି । ଏହି ପଦକ କେବେ ବି ଡାକ ଯୋଗେ ପଠା ଯିବା ଉଚିତ୍‌ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.