Below header

‘ତିତଲି’ କରିଥିଲା ଅନାଥ, ହେଲେ କୋଳେଇ ନେଲା ପ୍ରଶାସନ

ଗଜପତି(କେନ୍ଯୁଜ୍) :  ତିତଲିରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କଇଁପୁର ପଞ୍ଚାୟତ ସୁଆବା ଗାଁର ମୃତ ଶେଖର ଶବରଙ୍କ ପୁଅ ଓ ଝିଅଙ୍କୁ କୋଳେଇ ନେଲା ଜିଲ୍ଲା ପ୍ରଶାସନ । ଶେଖରଙ୍କ ପୁଅ ଗଣେଶ ଶବର ଓ ଝିଅ ମିଲି ଶବରଙ୍କ ପ୍ରଶାସନ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛି । ସେମାନଙ୍କୁ ସିଡବ୍ଲୁସି ତତ୍ତ୍ୱାବଧାନରେ ନବଜୀବନ ହୋମରେ ରଖାଯିବ । ଏମାନଙ୍କୁ ୨୧ ବର୍ଷ ବୟସ ହେବା ଯାଏଁ ପାଠପଢ଼ା ଓ ରହଣି ସମେତ ସବୁ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ।

Naveen-Patnaikମୁଖ୍ୟମନ୍ତ୍ରୀ ବାରଘର ଗସ୍ତ ବେଳେ ତିତଲିରେ ଅନାଥ ଶିଶୁଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ । ଏହାପରେ ଗତ ୧୭ ତାରିଖରେ ଜିଲ୍ଲା ପ୍ରଶାସନ ବାରଘରର ତିନି ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ପରେ ସୁଆବା ଗାଁର ଏହି ଦୁଇ ଜଣଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି । ତିତଲିରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କଇଁପୁର ପଞ୍ଚାୟତ ସୁଆବ ଗାଁର ଶେଖର ଶବରଙ୍କ ମୃତ୍ୟୁ ଘଟିଥିଲା । ପୂର୍ବରୁ ୪ ବର୍ଷ ତଳେ ଶେଖରଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ଝିଅ ମିଲି ଓ ପୁଅ ଗଣପତିଙ୍କ ଦାୟିତ୍ୱ ଏବେ ପ୍ରଶାସନ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.