ସୁଲଭ ମୂଲ୍ୟରେ ଖାଉଟିଙ୍କୁ ପିଆଜ ଯୋଗାଇ ଦେବେ ରାଜ୍ୟ ସରକାର, ୩୦ଟି ଜିଲ୍ଲାରେ ଖୋଲାଯାଇଛି ୨୨୭ଟି ସରକାରୀ ଦୋକାନ

ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ ପିଆଜ ଦର। ଲଗାମଛଡା ହୋଇଛି ପିଆଜ ବଜାର । କଟକ ଓ ଭୁବନେଶ୍ୱରରେ ପିଆଜ କିଲୋ ପିଛା ଦର ୧୦୦ ଛୁଇଁଲାଣି । ଏବେ ସୁଲଭ ମୂଲ୍ୟରେ ଖାଉଟିଙ୍କୁ ପିଆଜ ଯୋଗାଇ ଦେବାକୁ ରାଜ୍ୟ ସରକାର ଖୋଲିଛନ୍ତି ଦୋକାନ । ୩୦ଟି ଜିଲ୍ଲାରେ ଖୋଲାଯାଇଛି ୨୨୭ଟି ସରକାରୀ ଦୋକାନ । ୫୦ ଟଙ୍କାରୁ ଆରମ୍ଭ କରି ୭୭ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହେବ ପିଆଜ । ମାଲକାନଗିରିରେ ୫୦ ଟଙ୍କା ଥିବା ବେଳେ ଢେଙ୍କାନାଳରେ ସର୍ବାଧିକ ସରକାରୀ ଦର ରହିଛି ୭୭ ଟଙ୍କା ।

Leave A Reply

Your email address will not be published.