ମୟୂରଭଞ୍ଜ: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଛେଚା ଖାଇଲା ଯୁବକ

ମୟୂରଭଞ୍ଜ: ଦୁଷ୍କର୍ମ ଉଦ୍ୟମ କରି ଛେଚା ଖାଇଲା ଯୁବକ। ପୋଲିସ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ନେଇଥିଲା। ମୟୂରଭଞ୍ଜ କରଞ୍ଚିଆ ଏନ୍‌ଏସିର ବଣସାହିଠାରେ ଏହି ଘଟଣା ଘଟିଛି। ନାବାଳିକାଙ୍କ ବାମା ମାଆଙ୍କ କହିବା କଥା, ସେମାନେ ଘରେ ନଥିବା ସମୟରେ ଯୁବକ ଜଣ ଘରକୁ ଆସି ଦୁଷ୍କର୍ମ ଉଦ୍ୟମ କରିଥିଲା। ପୂର୍ବରୁ ମଧ୍ୟ ଯୁବକ ଜଣକ ଏପରି ଅପଚେଷ୍ଟା କରିଥିଲା। ସେତେବେଳେ ସାହି ବାସିନ୍ଦା ତାଗିଦ୍‌ କରି ଛାଡି ଦେଇଥିଲେ। ଏବେ ପୁଣି ଥରେ ଦୁଷ୍କର୍ମ ଉଦ୍ୟମ କରିବାରୁ ସାହି ଲୋକେ ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ଼ ମାରିଥିଲେ।.

Leave A Reply

Your email address will not be published.