୧୬ଟି ଜିଲ୍ଲାରେ ଫେୟାର ପ୍ରାଇସ ସପ୍‌ରେ ପିଆଜ ବିକ୍ରୀ କରୁଛନ୍ତି ରାଜ୍ୟ ସରକାର, ଯେତିକି ଟଙ୍କାରେ କିଣୁଛନ୍ତି ସେତିକିରେ ବିକୁଛନ୍ତି

ଭୁବନେଶ୍ୱର: ରାଜ୍ୟର ୧୬ଟି ଜିଲ୍ଲାରେ ଫେୟାର ପ୍ରାଇସ ସପ୍‌ରେ ପିଆଜ ବିକ୍ରୀ କରୁଛନ୍ତି ରାଜ୍ୟ ସରକାର । ଯେତିକି ଟଙ୍କାରେ କିଣୁଛନ୍ତି, ସେତିକି ଟଙ୍କାରେ ବିକୁଛନ୍ତି । ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଏ ବ୍ୟବସ୍ଥା ହୋଇଛି। କେବଳ ସେତିକି ନୁହେଁ, ଯେଉଁ ବ୍ୟବସାୟୀ ଅଧିକ ପରିମାଣରେ ପିଆଜ ମହଜୁଦ ରଖି ହୋର୍ଡିଂ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି। ଏହି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ଅନୁଗୋଳର ପିଆଜ କେଜି ୫୫ ଟଙ୍କା । କଟକରେ ୪୯ ଟଙ୍କା, ସମ୍ବଲପୁରରେ ୫୨ ଟଙ୍କା। ବଲାଙ୍ଗୀରରେ ୫୫ ଟଙ୍କା। ଝରାସୁଗୁଡାରେ ୫୮ ଟଙ୍କା, ଖୋର୍ଧାରେ ୫୦ ଟଙ୍କା, ବାରିପଦାରେ ୫୦ ଟଙ୍କା, ଢେଙ୍କାନାଳରେ ୪୮ ଟଙ୍କା, ଭଦ୍ରକରେ ୪୮ ଟଙ୍କା, ନୂଆପଡ଼ାରେ ୫୦ ଟଙ୍କା, ଜୟପୁରରେ ୫୨ ଟଙ୍କା, ବ୍ରହ୍ମପୁରରେ ୪୨ ଟଙ୍କା, ଭବାନୀପାଟଣାରେ ୫୫ଟଙ୍କା, ବାଲେଶ୍ୱରରେ ୫୨ ଟଙ୍କା, କେନ୍ଦ୍ରାପଡାରେ ୫୫ ଟଙ୍କାରେ ବିକ୍ରୀ କରୁଛି ଖାଦ୍ୟ ଓ ଯୋଗାଣ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.