ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରଥାରୁଢ ଦାରୁବିଗ୍ରହ, ଜଣାନ୍ତୁ କେଉଁ କେଉଁ ଅଳଙ୍କାର ପିନ୍ଧନ୍ତି ମହାପ୍ରଭୁ …

ପୁରୀ (କେନ୍ୟୁଜ): ମହଣ ମହଣ ସୁନା ଅଳଙ୍କାରରେ ଝଟକିଲେ ମହାବାହୁ । ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ । ହରିଶୟନ ଏକାଦଶୀରେ ରଥ ଉପରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶ୍ରୀକ୍ଷେତ୍ରରେ ସୁନାବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ ।

ସେହିଭଳି ବଳଭଦ୍ରଙ୍କ ପାଖରେ କିରିଟ, ଶ୍ରୀପୟର, ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ୟ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଲାଗୁହୋଇଥାଏ । ଦେବୀ ସୁଭଦ୍ରାଙ୍କ ପାଖରେ କିରିଟ, ଓଢ଼ିଆଣ.କାନ, ଚନ୍ଦ୍ରସୂର୍ୟ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ସେବତୀ ମାଳି, ତଗଡ଼ି-୨ଟି ଲାଗୁହୋଇଥାଏ ।

ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ କିରିଟ, ଶ୍ରୀପୟର, ଶ୍ରୀଭୁଜ, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢିଆଣୀ, ଚନ୍ଦ୍ରସୂର୍ୟ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଅଳଙ୍କାର ଲାଗିହୋଇଥାଏ । ମଧ୍ୟରାତ୍ର ପର୍ଯ୍ୟନ୍ତ ସୁନାବେଶ ଦର୍ଶନ ଜାରି ରହିବ। ସନ୍ଧ୍ୟାଧୂପ ସରିବା ପରେ ସୁନାବେଶ ଲାଗି ହେବ । ପରେ ବଡସିଂହାର ବେଶ ପରେ ରାତ୍ର ପହୁଡ ହେବ । ସୁନାବେଶ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.