ଭୁବନେଶ୍ୱରରେ ବାଣ ବିକ୍ରିକୁ ଗ୍ରୀନ ସିଗନାଲ, ବିଏମସି ପକ୍ଷରୁ ମିଳିଲା ଅନୁମତି

ଭୁବନେଶ୍ୱର (କେନ୍ୟୁଜ): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ। ୨ ବର୍ଷର କୋଭିଡ କଟକଣା ପରେ ଚଳିତବର୍ଷ ସମସ୍ତେ ମିଳିମିଶି ପାଳନ କରିବେ ଦୀପାବାଳୀ ସେପଟେ ଦୀପାବଳୀରେ ବାଣ ବ୍ୟବସାୟ ହେବ। ଭୁବନେଶ୍ୱରରେ ବାଣ ବ୍ୟବସାୟ ପାଇଁ ବିଏମସି ପକ୍ଷରୁ ଅନୁମତି। ବିଏମସିର ୩ ଟି ଯୋନର ଜୋନାଲଡେ଼ପୁଟି କମିଶନରମାନଙ୍କୁ ଦିଆଯାଇଛି କ୍ଷମତା। ବିଏମସିର ମୋଟ ୬୭ ଟି ୱାର୍ଡକୁ ୩ ଭାଗରେ ବିଭକ୍ତ କରାଯାଇ ଅନୁମତି ପ୍ରଦାନ କ୍ଷମତା ZDC ମାନଙ୍କୁ ଦିଆଯାଇଛି।

ତେବେ କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ରାଜ୍ୟ ରାଜଧାନୀରେ ବାଣ ବିକ୍ରି ଉପରେ କଟକଣା ଲାଗିଥିଲା, ଫଳରେ ଅନେକ ବାଣ ବ୍ୟବସାୟୀ ଦୀପାବଳିରେ ବାଣ ବିକ୍ରି କରିନପାରି କ୍ଷତି ସହିଥିଲେ, ରାଜ୍ୟ ସରକାରଙ୍କ ଏହି ଗ୍ରୀନ ସିଗନାଲ ପରେ ବ୍ୟବସାୟୀ ଭଲ ଦୁଇ ପଇଲା ରୋଜଗାର କରିବାର ଆଶା ରଖିଛନ୍ତି । ଅନ୍ୟପଟେ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଲାଗିଥିବାରୁ ଚଳିତ ବର୍ଷ ଦୀପାବଳିକୁ ଖୁବଧୁମଧାମ ର ପାଳନ କରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ରାଜ୍ୟବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.