ସନ୍ତାନ ଜନ୍ମ ପାଇଁ ହସ୍ପିଟାଲ ବୁକ୍‌ କଲେ ଆଲିଆ ଓ ରଣବୀର; ଏହି ଦିନ ଘରକୁ ଆସୁଛି ନୂଆ ଅତିଥି…

ବଲିଉଡ୍‌ର ଅଧିକ ଲୋକପ୍ରିୟ ଷ୍ଟାର କପଲ୍‌ ଆଲିଆ ଭଟ୍ଟ ଓ ରଣବୀର କପୁର ଚଳିତ ବର୍ଷ ଏପ୍ରିଲ ୧୪ରେ ବିବାହ କରି ଖୁବ୍‌ ଚର୍ଚ୍ଚା ସାଉଁଟିଥିଲେ। ପୁଣି ବିବାହର କିଛି ଦିନ ପରେ ଉଭୟ ନିଜ ଫ୍ୟାନ୍‌ମାନଙ୍କ ସହ ପ୍ରେଗ୍‌ନାନ୍ସି ଖବର ସେୟାର କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହା ପରଠୁ ଫ୍ୟାନମାନେ ରଣବୀର ଓ ଆଲିଆଙ୍କ ଘରେ ନୂଆ ଅତିଥି ଆସିବାକୁ ଅପେକ୍ଷା କରି ରହିଛନ୍ତି। ଏହାରି ଭିତରେ ଖବର ଆସିଛି ଯେ ଏହି ଷ୍ଟାର କପଲ୍‌ ପିଲା ଡେଲିଭରି ପାଇଁ ହସ୍ପିଟାଲ ବୁକ୍‌ କରି ନେଇଛନ୍ତି।

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଡେଲିଭରି ନେଇ ଭିନ୍ନ ଭିନ୍‌ ପ୍ରକାରର ଅନୁମାନ କରାଯାଉଛି। ଏହାରି ଭିତରେ ଏକ ରିପୋର୍ଟରେ କୁହାଯାଇଛି କି, ଆଲିଆ ଭଟ୍ଟଙ୍କ ଡ୍ୟୁ ଡେଟ୍‌ ପାଖେଇ ଆସିଲାଣି। କପୁର ଖାନଦାନର ନୂଆ ବୋହୂ ଆସନ୍ତା ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ନିଜ ସନ୍ତାନକୁ ଜନ୍ମ ଦେଇପାରନ୍ତି। ନିଜ ଡେଲିଭରି ପାଇଁ ଆଲିଆ ଏଚ୍‌.ଏନ୍‌ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ବୁକ୍‌ କରିଛନ୍ତି।

କହି ରଖୁଛୁ, ଆଲିଆ ଓ ରଣବୀର କପୁରଙ୍କ ଏଚ୍‌.ଏନ୍‌ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ବାଛିବାର ଏକ ଖାସ୍‌ କାରଣ ରହିଛି। ଏହାର କନେକ୍ସନ ଆଲିଆଙ୍କ ଶ୍ୱଶୁର ତଥା ରଣବୀର କପୁରଙ୍କ ଦିବଂଗତ ବାପା ଋଷି କପୁରଙ୍କ ସହ ରହିଛି। ଏହା ସେହି ହସ୍ପିଟାଲ, ଯେଉଁଠି ଅଭିନେତା ଋଷି କପୁର ଶେଷ ନିଃଶ୍ୱାସ ନେଇଥିଲେ। ସୂଚନାଥାଉ କି, ଏହି ହସ୍ପିଟାଲ ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ରହିଛି।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ନିକଟରେ ଖବର ଆସିଥିଲା ଯେ ସନ୍ତାନ ପ୍ରସବ କରିବା ପରେ ଆଲିଆ ଭଟ୍ଟ ଏକ ଲମ୍ବା ବ୍ରେକ୍‌ ବିରତି ନେବାକୁ ଯାଉଛନ୍ତି। କୁହାଯାଉଥିଲା କି, ସେ ପାଖାପାଖି ୧ ବର୍ଷ ପର୍ଯ୍ୟନ୍ତ ନିଜ ସନ୍ତାନ ସହିତ ହିଁ ବିତାଇବେ। ସେପଟେ କିଛି ଦିନ ତଳେ ଏକ ଇଣ୍ଟରଭ୍ୟୁରେ ଆଲିଆ ଓ ରଣବୀର କହିଥିଲେ ଯେ ସେମାନେ ନିଜ ସନ୍ତାନର ସ୍ୱାଗତ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରି ସାରିଛନ୍ତି। ସେମାନେ କହିଥିଲେ, ‘ଆମର ନିଜର ଭବିଷ୍ୟତ ପିଲା ପାଇଁ ସମସ୍ତ ପ୍ରସ୍ତୁତି କରି ନେଇଛୁ। ଗୋଟିଏ ସନ୍ତାନ ପାଇଁ ଯେଉଁ ବି ଜରୁରୀ ଜିନିଷ ରହିଥାଏ, ଆମେ ଦୁହେଁ ସେହି ସବୁ ଜିନିଷର ବ୍ୟବସ୍ଥା କରି ଦେଇଛୁ। ଆମେ ନିଜ ପିଲା ପାଇଁ ରୁମ୍‌ ମଧ୍ୟ ପ୍ରସ୍ତୁତ କରି ନେଇଛୁ’।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.