ନିଖୋଜ ପୁଅକୁ ଖୋଜି ଖୋଜି ଭୁବନେଶ୍ୱରରେ ବୃଦ୍ଧ ବାପା, ଥାନା ବାରଣ୍ଡାରେ କାନ୍ଦି କାନ୍ଦି ନୟାନ୍ତ

ଭୁବନେଶ୍ୱର(କେନ୍ୟୁଜ୍): ନିଖୋଜ ପୁଅକୁ ଖୋଜି ଖୋଜି ଭୁବନେଶ୍ୱରରେ ବୃଦ୍ଧ ବାପା। ଥାନା ବାରଣ୍ଡାରେ କାନ୍ଦି କାନ୍ଦି ନ୍ୟାୟ ପାଇଁ ପୋଲିସକୁ ଗୁହାରି କରୁଛନ୍ତି। ବୃଦ୍ଧ ଜଣଙ୍କ ହେଉଛନ୍ତି ଯାଜପୁର ସିଂହପୁରର ଅବସରପ୍ରାପ୍ତ ଅଧ୍ଯାପକ ଭାଗ୍ୟରଥୀ ପୃଷ୍ଟି।

ଗତ ୨୬ ତାରିଖରେ ଭୁବନେଶ୍ୱରରୁ ପୁଅ ସୁବାଶିଷ ପୃଷ୍ଟିଙ୍କୁ ଶେଷଥର ପାଇଁ କାମ କରୁଥିବା କମ୍ପାନୀର ସିସିଟିଭି ଫୁଟେଜରେ ଦେଖିବାକୁ ପାଇଥିଲେ। ସେବେଠାରୁ ସୁବାଶିଷଙ୍କୁ ଆଉ ଦେଖିବାକୁ ମିଳିନାହାନ୍ତି। ଥାନାରେ ଅପହରଣ ହୋଇଥିବା ନେଇ ଅଭିଯୋଗ କରିଥିଲେ ବାପା ଭାଗିରଥି ।

ଅନ୍ୟପଟେ ଅସ୍ତରଙ୍ଗ ଅଞ୍ଚଳ ଅସନ ଗାଁ ନଦୀପଠାରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଏହି ମୃତଦେହ କାହାର ସେନେଇ ସ୍ପଷ୍ଟ ହୋଇନଥିବା ବେଳେ, ପୋଲିସ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି। ଏପଟେ ମୃତଦେହଟି ତାଙ୍କ ପୁଅର ବୋଳି ଦାବି କରିଛନ୍ତି ଭାଗିରଥୀ।କହିଛନ୍ତି ପୁଅର ଶ୍ବଶୂର ଘର ଲୋକେ ମାନସିକ ଚାପ ଦେଇ ଚାଲିଥିଲେ ଏବଂ ଯୋଜନାବଦ୍ଧ ଭାବେ ହତ୍ୟା କାରାଯାଇଛି। ପୋଲିସ୍ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପୁଅକୁ ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.