ଗଜପତି ଜିଲ୍ଲା ଖମାରିସାହି ଗ୍ରାମରେ ଭଲିବଲ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, ୨୧ଜଣ ଆହତ

ମୋହନା: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅନ୍ତର୍ଗତ ଖମାରିସାହି ଗ୍ରାମରେ ଭଲିବଲ କୋର୍ଟ କୁ ନେଇ ଘଟିଯାଇଛି ଅଭାବନୀୟ ଘଟଣା । ସାମାନ୍ୟବଚସାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗା ସହ ହୋଇଛି ରକ୍ତାକ୍ତ ସଂଘର୍ଷ । ଉଭୟ ପକ୍ଷର ଆହତ ହୋଇଛନ୍ତି ୨୧ଜଣ ବ୍ୟକ୍ତି । ଆହତମାନଙ୍କୁ ଉଭୟ ଚନ୍ଦ୍ରଗିରି ଏବଂ ଆର୍ ଉଦୟଗିରି ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

MOHANA-2

ସୂଚନା ଅନୁସାରେ ଗ୍ରାମର ଏକ ଜମିରେ ଖ୍ରୀଷ୍ଟିଆନ ସାହିର କିଛିପିଲା ଭଲିବଲ କୋର୍ଟ କରି ଖେଳୁଥିଲେ କିନ୍ତୁ ଲକଡାଉନ ଯୋଗୁଁ ଖେଳ ବନ୍ଦ କରିବା ପାଇଁ ହିନ୍ଦୁ ସାହିର ଜନସାଧାରଣ ଦାବି କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରିରହିଥିଲା । ଯାହାକୁ ନେଇ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା l ପରିସ୍ଥିତି ଉତେଜନାମୂଳକ ଥିବା ହେତୁ ଗାଁରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଗ୍ରାମରୁ ପ୍ରାୟ ପନ୍ଦରରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କୁ ପୋଲିସ ଉଠାଇ ନେଇ ଥାନାରେ ଅଟକରଖି ପଚରାଉଚରା କରୁଛି । ଘଟଣା ଏସଡିପିଓ ଅଶୋକ ମହାନ୍ତି ,ସ୍ଥାନୀୟ ସରପଞ୍ଚ ଏବଂ ଉଭୟ ଗୋଷ୍ଠୀର କିଛି ବୁଦ୍ଧିଜୀବୀ ମଧ୍ୟ ଉପସ୍ଥିତ ରହି ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଉଦ୍ୟମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.