ନେମାଳରେ ଗୋଷ୍ଠୀ ସଂଘର୍ଷ : ଏବେବି ୧୪୪ ଧାରା ବଳବତ୍ତର

କଟକ(କେନ୍ଯୁଜ୍) : ଗୋଷ୍ଠୀ ସଂଘର୍ଷ ପରେ କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଅଞ୍ଚଳରେ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତଥାପି ୧୪୪ ଧାରା ବଳବତ୍ତର ରହିଛି । ଘଟଣାରେ ପୋଲିସ ନରେନ୍ଦ୍ରପୁର ଓ କାକୁଡିଆପଡାର ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଉତ୍ତେଜନା ଦେଖାଦେଇଥିଲା ।

ପୋଲିସ ଗାଡ଼ି ଜାଳି ଦେଇଥିଲେ ଉତ୍ତ୍ୟକ୍ତ ଲୋକ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ କିଛି ଲୋକ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ମୁତୟନ ହୋଇଛନ୍ତି ୩ ପ୍ଲାଟୁନ ପୋଲିସ ଫୋର୍ସ । ନେମାଳ, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଓ ସାଲେପୁର ଥାନା ପୋଲିସ ପରିସ୍ଥିତି ଉପରେ ନଜର ରଖିଛନ୍ତି । ସାମାନ୍ୟ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

Leave A Reply

Your email address will not be published.