ମଙ୍ଗଳବାର କରନ୍ତୁ ଏହି କାମ, ଶୀଘ୍ର ହେବେ କରଜ ମୁକ୍ତ

ଆଜିକାଲି ଦୁନିଆରେ ସବୁଠାରୁ ବଡ଼ ଚିନ୍ତା ପାଲଟିଛି କରଜ। ଏହି ବୋଝ ପାଇଁ ଅନେକ ବ୍ୟକ୍ତି କିଛି ଭୁଲ ପଦକ୍ଷେପ ମଧ୍ୟ ଉଠାଇଛନ୍ତି। ଦୁନିଆରେ ପ୍ରାୟ ସମସ୍ତ ବ୍ୟକ୍ତି ନିଜ ଜୀବନରେ କିଛି ନା କିଛି ଚିନ୍ତାରେ ରହିଥାନ୍ତି। ଖାସ କରି ଧନହାନି ଚିନ୍ତା କିନ୍ତୁ ବହୁ ଭୟଙ୍କର ହୋଇଥାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛି ଯାହା ଫଳରେ ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଯିବ।

ନିହାତି ପଢ଼ନ୍ତୁ: ଚାହୁଁଛନ୍ତି ଲମ୍ବା ଆୟୁ, ତ’ଖାଆନ୍ତୁ ନାହିଁ ଏହି ଜିନିଷ

-ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ ଦିଗରେ କେବେ ମଧ୍ୟ ଭୁଲରେ ପାଣିକଳ, କୂଆ, ନଳକୂପ ବା ଯେକୌଣସି ପାଣି ସମ୍ବନ୍ଧୀୟ ଜିନିଷ ରଖିବା ଉଚିତ ନୁହଁ । ଏହା ଦ୍ବାରା ଧନ ହାନି ହୋଇଥାଏ।

-ଯଦି ଆପଣ କରଜରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଏହାର କିସ୍ତି ମଙ୍ଗଳବାର ଦିନ ହିଁ ଜମା କରନ୍ତୁ। ବାସ୍ତୁଶାନ୍ତ୍ର ଅନୁଯାୟୀ, ମଙ୍ଗଳବାରକୁ ପ୍ରଥମ କିସ୍ତି ଦେବା ଦ୍ବାରା ଖୁବ ଶୀଘ୍ର କରଜରୁ ମୁକ୍ତ ହୋଇଥାଏ।

-କେବେ ମଧ୍ୟ ଘରର ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଦର୍ପଣ ଲଗାନ୍ତୁ ନାହିଁ। ଏହା ଦ୍ବାରା ବହୁତ କ୍ଷତିର ସମ୍ମୁଖିନ ହେବାକୁ ପଡ଼ିବା ସହ ଧନହାନିର ସାମ୍ନା କରିବାକୁ ପଡ଼ିଥାଏ ।

Leave A Reply

Your email address will not be published.