ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକପାଇଲଟ ଦେଲେ ଚାଞ୍ଚଲ୍ୟକର ବୟାନ

କେନ୍ୟୁଜ୍(ବ୍ୟୁରୋ):  ଦିନ ଯେତିକି ବିତୁଛି, ରହସ୍ୟ ସେତିକି ବଢୁଛି । ଯୁବ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା ଆଜକୁ ୧୦ ଦିନ ପୁରିବାକୁ ବସିଲାଣି ତଥାପି  ଅଭୁଯୁକ୍ତକୁ ଚିହ୍ନଟ କରାଯାଇପରିନାହିଁ। ତନତନ ଯାଞ୍ଚ ଓ ଜଣକ ପରେ ଜଣକୁ ଜେରା କରିଚାଲିଛି ଜିଆରପି ପୋଲିସ। କିନ୍ତୁ ଅପରାଧୀକୁ ଧରିପାରି ନାହିଁ। ଏହାରି ଭିତରେ ୬ ତାରିଖ ମଧ୍ୟରାତ୍ରୀରେ ଟ୍ରାକରେ ଯାଇଥିବା ୫ ଟି ଟ୍ରେନର ତଥ୍ୟ କାଢିଛି ଜିଆରପି। ସେଥିରୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ର ଲୋକୋ ପାଇଟଲ୍‌ ବିଷ୍ଣୁ ଚରଣ ସେଠୀଙ୍କୁ ଆଜି ଜେରା କରିଛି ଜିଆରପି ପୋଲିସ। ଆଉ ତାଙ୍କ ଠାରୁ ଆଦୟ କରିଛି ତଥ୍ୟ।

ଲୋକପାଇଲଟ ତାଙ୍କ ବୟାନରେ କହିଛନ୍ତି ଜୁଲାଇ ୬ ତାରିଖ ରାତି ୮ଟା ୨୦ରେ ରେତଙ୍କ ଷ୍ଟେସନ ଛାଡିଥିଲା ରାତି ୮ଟା ୩୫ରୁ ୪୦ ମଧ୍ୟରେ ଭୁବନେଶ୍ବରରେ ଟ୍ରେନ ପହଞ୍ଚିଥିଲା।  ଏହି ସମୟ ଭିତରେ ଟ୍ରାକରେ  କୌଣସି ଡେଡ ବଡିକୁ ଦେଖିନାହିଁ କିମ୍ବା କାହାକୁ ଟ୍ରେନ ଧକ୍କା ଦେଇ ନାହିଁ।  ଯଦି ଟ୍ରେନରେ କେହି ଧକ୍କା ହୋଇଥାନ୍ତା ତେବେ ସେ ଜାଣିପାରିଥନ୍ତେ ଓ   ନିକଟସ୍ଥ ଷ୍ଟେସନକୁ ତୁରନ୍ତ ସୂଚନା ଦେଇଥାନ୍ତେ ବୋଲି ଲୋକପାଇଲଟ କହିଛନ୍ତି।

ସେପଟେ ମୃତ୍ୟୁ ଉପରୁ ପରଦା ହଟେଇବାକୁ ଆଦିତ୍ୟଙ୍କ ପତ୍ନୀ ଦିବ୍ୟାଶ୍ରୀଙ୍କୁ ଜେରା କରିବା ପାଇଁ ଅଣ୍ଟା ଭିଡିଲାଣି ପୋଲିସ । କାରଣ ପୋଲିସ ଜାଣିବାକୁ ପାଇଛି, ଜୁଲାଇ ୬ତାରିଖରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ତେବେ କେଉଁ କାରଣ ପାଇଁ ବଚସା ହୋଇଥିଲା । ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ କିଭଳି ଥିଲା । ଆଦିତ୍ୟଙ୍କ ମାନସିକ ଅବସ୍ଥା କିଭଳି ଥିଲା ।  ସେସବୁର ପ୍ରଶ୍ନ ଉତ୍ତର ପାଇଁ ଦିବ୍ୟାଶାଙ୍କୁ  ପଚରାଉଚରା କରିବ ତଦନ୍ତକାରୀ ଟିମ୍‌ । ହୁଏତ ତାଙ୍କୁ ଥାନାକୁ ଡକାଯିବ ନଚେତ୍‌ ପୋଲିସ ତାଙ୍କ ଘରକୁ ଯାଇ ଜେରା କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.