Below header

ହକି ବିଶ୍ବକପ୍ : ଉଦଘାଟନ ପରେ ଉଦଯାପନ, ପୁଣି କିଏ ଆସିବେ ସେଲିବ୍ରିଟି ତାହାକୁ ନେଇ ବଢ଼ିଛି ଚର୍ଚ୍ଚା

ଭୁବନେଶ୍ୱର(କେନ୍ୟୁଜ୍) :  ଓଡ଼ିଶାରେ ଚାଲିଛି ହକି କ୍ରେଜ୍। ବର୍ତ୍ତମାନ ଦେଶର ହୃଦ ସ୍ପନ୍ଦନ ପାଲିଟିଥିବା ହକି ବିଶ୍ବକପର ଉଦଘାଟନ ସମାରୋହ ଶେଷ ହୋଇଥିବା ବେଳେ ଏହାର ଉଦଯାପନକୁ ନେଇ ଏବେଠୁ ବଢ଼ିଲାଣି ଚର୍ଚ୍ଚା।  ହକି ମହାକୁମ୍ଭର ଉଦ୍‌ଘାଟନ ଅବସରରେ ଦେଖିବାକୁ ମିଳିଥିଲା ବଲିଉଡ଼ର କରଣ-ଅର୍ଜୁନ୍ ଅର୍ଥାତ୍ ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ଜଳୱା। ଖାଲି ତାହା ନୁହଁ ଦୁଇ ଦିନର ଏହି ସମାରୋହରେ ତାଙ୍କ ସହ ନଜର ଆସିଥିଲେ ଧକଧକ୍ ଗର୍ଲ ମାଧୁରୀ ଏବଂ ପ୍ରସିଦ୍ଧ ଗାୟକ ଏଆର ରେହମାନ। ଲୋକଙ୍କ ମନରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର ଛାପ ଲିଭି ନ ଥିବା ବେଳେ ଏବେ ଉଦ୍‌ଯାପନୀ ଉତ୍ସବକୁ ନେଇ ଆରମ୍ଭ ହୋଇଗଲାଣି ନାନା କଥା।

Amir

ବିଶେଷ ସୂତ୍ରରୁ ଜଣାପଡ଼ିଛି ବଲିଉଡ୍‌ ସେହେନ୍ସା ଅମିତାଭ ବଚ୍ଚନ ଆଉ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଉଦଯାପନୀ ଉତ୍ସବକୁ ଆସିପାରନ୍ତି। କଥାଟି ଏତିକିରେ ରହିନାହିଁ ଏହି ଉତ୍ସବରେ ବଲିଉଡ଼ର ପରଫେକ୍ଟସନିଷ୍ଟ ଆମୀର ଖାନ୍‌, ସାହିଦ କପୁର, ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାଭିଡ୍‌ ମଧ୍ୟ ଯୋଗ ଦେବେ ନେଇ ଚର୍ଚ୍ଚା ଜୋର  ଧରିଛି।

ଆସନ୍ତା ଡିସେମ୍ବର ୧୬ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ହକି ବିଶ୍ୱକପର ଉଦଯାପନୀ ଉତ୍ସବ। ଏଣୁ ଏନେଇ ସେଲିବ୍ରିଟି ଅତିଥିଙ୍କ ନାଁ ବାହାରକୁ ଆସିଥିବାରୁ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି।

sachin

ମିଳିଥିବା ଖବର ମୁତାବକ, ଉପରୋକ୍ତ ସେଲିବ୍ରିଟିମାନଙ୍କୁ ଉଦ୍‌ଯାପନୀ ଉତ୍ସବରେ ଯୋଗଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଥିବା ବେଳେ ତାହାର କୌଣସି ଉତ୍ତର ମିଳିନାହିଁ। ତେବେ ଏହି ଖବରଟି ଦର୍ଶକଙ୍କ ମନରେ ଆଗ୍ରହ ଏବଂ ଉତ୍ସହ ଭରିଦେବା ସହ ରାଜଧାନୀରେ ହେବାକୁ ଥିବା ସେଲିବ୍ରିଟି ମେଳା ପାଇଁ ଚାହିଁ ବସିଛନ୍ତି ରାଜ୍ୟବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.