ଭୁବନେଶ୍ୱରରେ ନୂଆବର୍ଷ ପାଇଁ ଗାଇଡଲାଇନ ଜାରି: ମଦ ପିଇ ଗାଡ଼ି ଚଳାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ, ଚେକିଂ ଓ ବ୍ଲକିଂ ଜୋରଦାର

ଭୁବନେଶ୍ୱର(କେନ୍ୟୁଜ): ନୂଆବର୍ଷ ଲାଗି କମିଶନରେଟ ପୋଲିସର କଡ଼ା ସୁରକ୍ଷା । ଭୁବନେଶ୍ୱରରେ ନୂଆବର୍ଷ ପାଇଁ ଗାଇଡଲାଇନ ଜାରି କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ମଦ ପିଇ ଗାଡ଼ି ଚଳାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ।

ସହର ଭିତରେ ସର୍ବାଧିକ ୫୦ କିଲୋମିଟର ବେଗରେ ଗାଡ଼ି ଚଲାଇବାକୁ ନିର୍ଦ୍ଦେଶ ରହିଛି । ଏହାର ଖିଲାଫ କଲେ କାର୍ଯ୍ୟାନୁଷ୍ଠାନ । ଗାଡ଼ି ପାର୍କିଂରେ ରଖିବାକୁ ପରାମର୍ଶ । ନହେଲେ ଗାଡି ଉଠାଇ ନେବ ପୋଲିସ । ଟ୍ରାଫିକ ନିୟମ ପାଳନ କରିବାକୁ କୁହାଯାଇଛି । ଆଜି ସଂଧ୍ୟାରୁ ଚେକିଂ ଓ ବ୍ଲକିଂ ଜୋରଦାର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.