ପ୍ରଥମରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଚାପମୁକ୍ତ ପାଠପଢା ନେଇ ପ୍ରସ୍ତୁତ ହେଲା ଗାଇଡଲାଇନ, ଜାଣନ୍ତୁ କିଭଳି ରହିବ ପାଠପଢା

ଭୁବନେଶ୍ବର(କେନ୍ୟୁଜ୍): ଦୀର୍ଘ ୨ ବର୍ଷ ପରେ ପ୍ରଥମରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ କ୍ଲାସରୁମ ପାଠପଢାରେ ଯୋଗ ଦେବାକୁ ଆସୁଥିବାରୁ ସେମାନେ କିଭଳି ଚାପମୁକ୍ତ ହୋଇ ପାଠପଢିବେ ସେଥିପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। କୋଭିଡ୍ ସମୟରେ ସେମାନେ କିଭଳି ଘରେ ରହି ପାଠ ପଢୁଥିଲେ।  ସେ ସମୟର ସେମାନଙ୍କ ଅନୁଭୁତି ଉପରେ ଆଲୋଚନା କରିବେ ବା ପଚାରିବେ ଶିକ୍ଷକ ଶିକ୍ଷୟତ୍ରୀ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଏକ ବେସ୍ ଲାଇନ୍ ଆସେସମେଣ୍ଟ କରାଯିବ।

୯ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଓଡିଆ, ୧୦ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଗଣିତ ଓ ୧୧ ତାରିଖରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜୀ ପରୀକ୍ଷା ବା ଆସେସମେଣ୍ଟ ଦେବେ। ବେସଲାଇନ୍ ଆସେସମେଣ୍ଟର ଉତ୍ତର ଖାତା ଅଭିଭାବକ ମାନଙ୍କୁ ଦେଖାଇ ଦିଆଯିବ। ପ୍ରତ୍ୟେକ ସପ୍ତାହରେ ପିଲାମାନଙ୍କ ପାଠପଢା ଉପରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଅଭିଭାବକ ମାନଙ୍କ ସହ ଆଲୋଚନା କରିବେ। ପିଲାମାନଙ୍କୁ କୋଉ ଧାରାରେ ପାଠପଢାଯିବ ତାହାର ଏକ ଚାଟ୍ ସମସ୍ତ କ୍ଲାସରୁମରେ ଲଗାଯିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.