Below header

କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲରେ ଆରମ୍ଭ ହେଲା ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ, ଫେବୃଆରୀ ୨୮ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ବର(କେନ୍ୟୁଜ୍):କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲରେ ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶବିଶେଷ ସ୍ୱରୂପ ବିଜ୍ଞାନ ସର୍ବତ୍ର ପୂଜ୍ୟତେ ଶୀର୍ଷକ ସପ୍ତାହ ବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ଚାଲିଛି । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାରଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା କାର୍ଯ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ କୌଶଳ ବିଭାଗ ଆନୁକୁଲ୍ୟରେ ଭାରତ ସରକାରଙ୍କ ଡିଏସ୍‌ଟି, ଡିବିଟି, ସିଏସ୍‌ଆଇଆର, ଏମ୍‌ଓଇଏସ୍‌, ଡିଏଇ, ଡିଓଏସ୍‌, ଆଇସିଏମ୍‌ଆର, ଏଆଇସିଟିଇ, ଡିଆରଡିଓ, ଓଡ଼ିଶା ବିଜ୍ଞାନ ଏକାଡେମୀ, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ନଲେଜ ଇନୋଭେସନ୍‌ ସେଣ୍ଟର, କିଟ୍‌ ଓ କିଟ୍‌-ଟିବିଆଇ ସହଯୋଗରେ ଅନୁଷ୍ଠିତ ଏହି ବିଜ୍ଞାନ ମହୋତ୍ସବ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ଆଗେଇ ନେବା ପ୍ରକ୍ରିୟା ହେଉଛି ବୈଷୟିକ ଜ୍ଞାନ କୌଶଳ ।

kiit 2

ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନ କୌଶଳ ଆମ ଜୀବନର ଅଂଶ ବିଶେଷ ପାଲଟିଯାଇଛି, ଯାହା କି କରୋନା ମହାମାରୀରୁ ପ୍ରମାଣିତ ହୋଇଛି। ବିଜ୍ଞାନ ଓ ବୈଷୟିକ କୌଶଳ ହେଉଛି ଦୁଇ ହାତ ସଦୃଶ । ଆମେ ଯାହା ଚିନ୍ତାକରୁ ତାହା ବିଜ୍ଞାନ ଏବଂ ଏହାକୁ କାର୍ଯ୍ୟରେ ପରିଣତ କରିବା ହେଉଛି ବୈଷୟିକ ଜ୍ଞାନ । ଛାତ୍ରଛାତ୍ରୀଙ୍କଠାରେ ବୈଜ୍ଞାନିକ ମନୋବୃତ୍ତି ବିକଶିତ କରିବା ସହ ଏହାକୁ ଅଭ୍ୟାସରେ ପରିଣତ କରିବା ଉଚିତ । ବିଜ୍ଞାନ ଓ କାରିଗରୀ କୌଶଳର ବିକଶିତ କରି ଏହାକୁ କାମରେ ଲଗାଇବା ଦ୍ୱାରା ଆମର ସ୍ୱାଧୀନତା ସୁରକ୍ଷିତ ରହିପାରିବ । ଆମେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳକୁ ଆମର ଉନ୍ନତମାନର ଜୀବନଧାରଣ ଓ ସମାଜ ପାଇଁ ବ୍ୟବହାର ଉପଯୋଗୀ କରିବା ଦିଗରେ କାର୍ଯ୍ୟ କରିବା ଉଚିତ ।

ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନ କୌଶଳ ଆମର ଜୀବନର ଅଂଶ ବିଶେଷ ପାଲଟିଛି । ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ଯୋଗୁଁ ସପ୍ତାହ ବ୍ୟାପୀ ଚାଲିବାକୁ ଥିବା ଏହି ବିଜ୍ଞାନ ମହୋତ୍ସବରେ ଅଗ୍ନି, ଆକାଶ, ପୃଥିବୀ, ବ୍ରହ୍ମୋସ, ଅସ୍ତ୍ର, ନାଗ ଆଦି ବିଭିନ୍ନ କ୍ଷେପଣାସ୍ତ୍ରର ମଡେଲ ପ୍ରଦର୍ଶିତ ହେବା ସହ ଅର୍ଜୁନ ଟ୍ୟାଙ୍କ, ଆର୍ଟିଲେରୀ ଗନ୍‌ ଭଳି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି । ଏହି ମହୋତ୍ସବରେ ବିଭିନ୍ନ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଆସୁଛନ୍ତି । ଜନସାଧାରଣ ଓ ଛାତ୍ରଛାତ୍ରୀ ଏହାକୁ ବୁଲି ଦେଖିବାର ସୁଯୋଗ ପାଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.