Below header

ରୁଷ ବିରୋଧରେ ଆର୍ଥିକ ପ୍ରତିବନ୍ଧକ ଲାଗୁ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

କେନ୍ୟୁଜ୍(ବ୍ୟୁରୋ):  ରୁଷ ବିରୋଧରେ ପାଶ୍ଚାତ୍ୟ ମେଣ୍ଟ । ପୂର୍ବ ୟୁକ୍ରେନ୍‌ର ଡୋନେସ୍କ ଓ ଲୁହାନ୍‌ସ୍କକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା ପରେ ରୁଷକୁ ଏକଘରିକିଆ ଉଦ୍ୟମ। ଆର୍ଥିକ କଟକଣା ଲଗାଇଲେ ଆମେରିକା, ବ୍ରିଟେନ୍‌ ସମେତ ବହୁ ପାଶ୍ଚାତ୍ୟ ରାଷ୍ଟ୍ର । ରୁଷରେ ବନ୍ଦ ରହିବ ପାଶ୍ଚାତ୍ୟ ନିବେଶ । ରୁଷର ଦୁଇଟି ବଡ଼ବଡ଼ ଆର୍ଥିକ ପ୍ରତିଷ୍ଠାନ, ଆର୍ଥିକ ସହାୟତା କମ୍ପାନୀ ଓ ଏହାର ସାମରିକ ବ୍ୟାଙ୍କ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ ହୋଇଛି ।

ପାଶ୍ଚାତ୍ୟ ଦେଶଗୁଡ଼ିକରୁ ରୁଷ ପାଣ୍ଠି ସଂଗ୍ରହ କରିପାରିବ ନାହିଁ କିମ୍ବା ୟୁରୋପୀୟ ବଜାରରେ ବ୍ୟବସାୟ କରିପାରିବ ନାହିଁ । ରୁଷର ଧନୀ ଲୋକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ମଧ୍ୟ କଟକଣା ଲଗାଯିବ । ରୁଷିଆର ବିଶାଳ ଗ୍ୟାସ ପାଇପ୍‌ ଲାଇନ୍‌ ପ୍ରକଳ୍ପକୁ ବନ୍ଦ କରି ଦେଇଛି ଜର୍ମାନୀ । ପୂର୍ବ ୟୁକ୍ରେନରେ ମସ୍କୋର ସୈନ୍ୟ ମୁତୟନ ଆନ୍ତର୍ଜାତିକ ନିୟମର ଖୋଲା ଉଲ୍ଲଘଂନ ବୋଲି କହିଛନ୍ତି ବାଇଡେନ୍‌ । ରୁଷ ଆଗକୁ ବଢ଼ିଲେ କଟକଣା ଆଗକୁ ବଢ଼ିବ ବୋଲି ଶୁଣାଇଛନ୍ତି ଚେତାବନୀ । ଜାତିସଂଘ ମହାସଚିବ କହିଛନ୍ତି, ଶାନ୍ତି ଓ ସୁରକ୍ଷା ସଂକଟର ସାମ୍ନା କରିବ ବିଶ୍ୱ ।

ଆର୍ଥିକ କଟକଣାକୁ ରୁଷିଆର ବେଖାତିର । ପାଶ୍ଚାତ୍ୟ ଦେଶର ଏହା ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ । ଅଭିଯୋଗ କରିଛନ୍ତି, ପାଶ୍ଚାତ୍ୟ ଚାପରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ । ସେ ୟୁକ୍ରେନ୍‌ର ବାସ୍ତବ ସ୍ଥିତି ଓ ମିନିଷ୍କ ରାଜିନାମାର କାର୍ଯ୍ୟକାରିତା ନେଇ କିଛି କହିଲେନି । ତାଙ୍କ ବିବୃତ୍ତି ନିରପେକ୍ଷ ହେବା ଉଚିତ । ଏବେ ବି ୟୁକ୍ରେନ୍‌ ନାଗରିକ ୟୁକ୍ରେନ୍‌ ଶାସକଙ୍କୁ ସ୍ୱୀକାର କରୁନାହାନ୍ତି ବୋଲି କହିଛନ୍ତି ଲାଭରୋଭ। ରୁଷ-ୟୁକ୍ରେନ୍‌ ସଂକଟ ବଢ଼ିବା ସହ କୂଟନୈତିକ ସମାଧାନର ବାଟ ମଧ୍ୟ ବନ୍ଦ ହେବାରେ ଲାଗିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.