Below header

ସଂପୂର୍ଣ୍ଣ ଭଲ ଅଛି ଗୁଣ୍ଡିଚା ମନ୍ଦିର

ପୁରୀ : ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ପୁରୀ ଗୁଣ୍ଡିଚା ମନ୍ଦିରର ସଂପୂର୍ଣ୍ଣ ଯାଞ୍ଚ କରାଯାଇଛି। ଶ୍ରୀମନ୍ଦିର କୋର କମିଟି ବିଶେଷଜ୍ଞଙ୍କ ସହ ଏଏସ୍ଆଇ ଅଧିକ୍ଷକ ଗୁଣ୍ଡିଚା ମନ୍ଦିରର ଗର୍ଭଗୃହ ଓ ଜଗମୋହନ, ନାଟ ମଣ୍ଡପ ଓ ଭୋଗ ମଣ୍ଡପର ଯାଞ୍ଚ କରିଛନ୍ତି। ଯାଞ୍ଚ ବେଳେ ଗୁଣ୍ଡିଚା ମନ୍ଦିରର ସ୍ଥିତି ସଂପୂର୍ଣ୍ଣ ଭଲ ଥିବା ମତ ଦେଇଛି କୋର କମିଟି।

କେତେକ ସ୍ଥାନରେ ଆଂଶିକ ମରାମତି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ଶ୍ରୀମନ୍ଦିରର ଗର୍ଭଗୃହ ସହ ଜୟବିଜୟ ଦ୍ୱାର, ନାଟମଣ୍ଡପ ଓ ରୋଷ ଘରର କିଛି ମରାମତି କାମ ମଧ୍ୟ ଶେଷ ହୋଇଛି। ଗତ ୯ ଦିନ ଧରି ମହାପ୍ରଭୁ ଶ୍ରୀମନ୍ଦିରରେ ନଥିବାରୁ ଶ୍ରୀମନ୍ଦିର ଯାଞ୍ଚ କରାଯିବା ସହ ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି।

ଜୟବିଜୟ ଦ୍ୱାରର ମରାମତି ସହ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ନାଟମଣ୍ଡପ, ଭୋଗମଣ୍ଡପ ଓ ରୋଷଘରର ଦୁର୍ବଳ ପଥର ଗୁଡ଼ିକ ବଦଳା ଯାଇଥିବା କୋର କମିଟି ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.