Below header

ରୋଗୀ ନା ଫର୍ଣ୍ଣିଚର : କାହା ପାଇଁ ୧୦୮ ଆମ୍ବୁଲାନ୍ସ

ମାଲକାନଗିରି : ପଦାରେ ପଡ଼ିଲା ୧୦୮ ଆମ୍ବୁଲାନ୍ସର ଅପବ୍ୟବହାର। ରୋଗୀଙ୍କ ବଦଳରେ ଆମ୍ବୁଲାନ୍ସରେ ବୁହା ହେଉଛି ଆସବାବପତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଉପାନ୍ତ ଇଲାକାରେ ରୋଗୀଙ୍କ ପାଖରେ ଠିକ୍ ସମୟରେ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନାହିଁ।ଏଭଳି ସ୍ଥିତିରେ ଆମ୍ବୁଲାନ୍ସରେ ଆସବାବପତ୍ର ବୁହାଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ମାଲକାନଗିରିର ଏକ ଦୋକାନରୁ ଫର୍ଣ୍ଣିଚର ସବୁ ଆମ୍ବୁଲାନ୍ସରେ ଲଦା ହେଉଥିଲା।

କ୍ୟାମେରାରେ କଏଦ୍ ହୋଇଥିଲା ଏହି ଦୃଶ୍ୟ। ତେବେ ପ୍ରଶ୍ନ ଉଠୁଛି, ଏଥିପାଇଁ କିଏ ଅନୁମତି ଦେଇଥିଲା ? କିଏ ଓ କେଉଁ ଜାଗାକୁ ଏସବୁ ଫର୍ଣ୍ଣିଚର ଆମ୍ବୁଲାନ୍ସ ଯୋଗେ ପଠାଉଥିଲେ ? କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସରେ ଆସବାବପତ୍ର ବୁହାଗଲା, ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ପୂର୍ବରୁ ଠିକ୍ ସମୟରେ ଆମ୍ବୁଲାନ୍ସ ନପହଞ୍ଚିବାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଭଳି ଘଟଣା ସାମନାକୁ ଆସିଛି। ଏବେ ମାଲକାନଗିରି ଜିଲ୍ଲାର ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.