Below header

ଆମ ରସଗୋଲା…

ରସଗୋଲା ଯୁଗେ ଯୁଗେ ଓଡ଼ିଶାର ମିଠା । ଶ୍ରୀଜଗନ୍ନାଥଙ୍କ ’ନୀଳାଦ୍ରିବିଜେ’ ର ନୈବେଦ୍ୟ । ଦେବୀ ଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଏହା ନିବେଦିତ ହୋଇଥାଏ । ପାଞ୍ଚଶହ ବର୍ଷ ତଳର ଦାଣ୍ଡି ରାମାୟଣରେ ମଧ୍ୟ ରସଗୋଲାର ବର୍ଣନା ରହିଛି। କିନ୍ତୁ ଓଡ଼ିଶାର ଏହି ପ୍ରାଚୀନ ମିଠା ସମ୍ବନ୍ଧରେ ଓଡିଆରେ ଗୋଟିଏ ହେଲେ ବି ଗୀତ କରାଯାଇ ନାହିଁ ।

ଏବେ ରସଗୋଲାକୁ ନେଇ ପଶ୍ଚିମମଙ୍ଗ ଓ ଓଡିଶା ମଧ୍ୟରେ ମିଠା-ଯୁଦ୍ଧ ଜାରି ରହିଥିବା ବେଳେ, ଓଡିଶାର ସୁଖ୍ୟାତ ଗୀତିକାର ଦେବଦାସ ଛୋଟରାୟ ଓ ସୁଖ୍ୟାତ ଗାୟିକା ସୁସ୍ମିତା ଦାସଙ୍କ ଯୋଡି ଆମ ପାଇଁ ନେଇ ଆସିଛନ୍ତି ଏକ ମଜାଦାର ଗୀତ- ’ବାଃ ବାଃ ରସଗୋଲାଟ୍ଟହାଃ ହାଃ ରସଗୋଲା’ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଦିଲ୍ଲୀରେ ଏହାର ଭିଡିଓ ସିଡି ଉନ୍ମୋଚିତ ହୋଇଥିବା ବେଳେ, ନୀଳାଦ୍ରିବିଜେ ଓ ରସଗୋଲା ଦିବସର ଅବ୍ୟବହିତ ପୂର୍ବରୁ ଏହାକୁ ନେଇ ଗୀତ ଓ କଥାର ଏକ ଆକର୍ଷଣୀୟ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା ।

ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଗତକାଲି ୨୩ତାରିଖ ସୋମବାର ସଂନ୍ଧ୍ୟା ୬ଟା ସମୟରେ ଏହି କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଉପଲକ୍ଷେ ଓଡିଶାର ରସଗୋଲାକୁ ନେଇ ଏକ ଆଲୋଚନା କାର୍ୟ୍ୟକ୍ରମର ଆୟୋଜନ କାରଯାଇଥିଲା । ଏଥିରେ ଶ୍ରୀଜଗନ୍ନାଥଙ୍କ ରସଗୋଲା ପୁସ୍ତକର ଲେଖକ ଅସିତ୍ ମହାନ୍ତି, ବିଶିଷ୍ଟ ଖାଦ୍ୟ ଗବେଷକ ସାହାବୁଦ୍ଦିନ୍ ମହମ୍ମଦ ଗନି, ଓଡିଆ ଅସ୍ମିତା କ୍ଷେତ୍ରରେ କାର୍ୟ୍ୟରତ ଡକ୍ଟର ଅନିତା ସାବତ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିର ସଭାପତି ବିମ୍ବାଧର ବେହେରା ଯୋଗ ଦେଇଥିଲେ । ସୁଖ୍ୟାତ ଗାଳ୍ପିକା ବିୟତପ୍ରଜ୍ଞା ତ୍ରୀପାଠୀ ଏହାକୁ ପରିଚାଳନା କରିଥିଲେ । ପରିଶେଷରେ ସୁସ୍ମିତା ଦାସଙ୍କର ନୂଆ ରସଗୋଲା ଗୀତ ପରିବେଷଣ କରାଯାଇଥିଲା।

ଏହି ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କୁଏହି ରସଗୋଲା କାର୍ୟ୍ୟକ୍ରମକୁ ଉପଭୋଗ କରିବାକୁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.