Below header

ନଦୀରେ ପଶି ସ୍କୁଲରେ ପହଞ୍ଚିଲେ ଶିକ୍ଷକ

ପାଣି ଭିତରେ ପଶି ପାଠ ପଢ଼ାଇବାକୁ ଆସିଲେ ଶିକ୍ଷକ। ଏହି ଆଦର୍ଶ ଶିକ୍ଷକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସାନଗୁନୁଡ଼ାର ସମ୍ବଲ କୁମାର ଗଣ୍ଡ। ସେ ପ୍ରତିଦିନ ଡଙ୍ଗାରେ ଭାସ୍କେଲ ନଦୀ ପାର ହୋଇ ସ୍କୁଲ ଯାଇଥାନ୍ତି।ଗତ ଶନିବାର ନଦୀକୂଳକୁ ଆସିବାବେଳେ ଡଙ୍ଗା ନଥିଲା। ଲଗାଣ ବର୍ଷାରେ ଭରି ଯାଇଥିଲା ନଦୀ। ହେଲେ ସ୍କୁଲରେ ଛାତ୍ରଛାତ୍ରୀମାନେ ତାଙ୍କୁ ଅପେକ୍ଷା କରି ରହିଥିବା ଭାବି ସାର୍ ନିଜ ସାଇକେଲକୁ ଟେକି ଟେକି ନଦୀରେ ପଶି ସ୍କୁଲରେ ପହଞ୍ଚିଥିଲେ। ଏନେଇ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.