ପଦ୍ମ ପୁରସ୍କାର ସମାରୋହରେ ନନ୍ଦ ମାଷ୍ଟ୍ରେଙ୍କ ଆଶୀର୍ବାଦ, ନିଜର ମସ୍ତକ ନୁଆଁଇ ପ୍ରଣାମ ଜଣାଇଥିଲେ ରାଷ୍ଟ୍ରପତି

କେନ୍ଯୁଜ୍: ସାରାଦେଶରେ ଶତାୟୁ ଗୁରୁ ନନ୍ଦକିଶୋର ପୃଷ୍ଟିଙ୍କୁ ନେଇ ଚର୍ଚ୍ଚା । ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଦିନ ଆୟୋଜିତ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶତାୟୁ ଗୁରୁଙ୍କ ଆଶୀର୍ବାଦ ସ୍ୱତନ୍ତ୍ର ଆକର୍ଷଣ ଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଯାଜପୁର ସୁକିନ୍ଦା କନ୍ତିରା ଗାଁର ଚାଟଶାଳୀ ମାଷ୍ଟ୍ରେ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ ଅବସରରେ ସେ ରାଷ୍ଟ୍ରପତିଙ୍କୁ ଆର୍ଶୀବାଦ ଦେବା ସହ ଶୁଭକାମନା ଜଣାଇବାକୁ ନିଜର ଦୁଇ ହାତ ଟେକି ଦେଇଥିଲେ । ଶତାୟୁ ଗୁରୁଙ୍କ ଆଶୀର୍ବାଦ ଲାଗି ରାଷ୍ଟ୍ରପତି ମଧ୍ୟ ନିଜର ମସ୍ତକ ତଳକୁ ନୁଆଁଇ ଶ୍ରୀ ନନ୍ଦଙ୍କୁ ପ୍ରଣାମ ଜଣାଇଥିଲେ ।

NANDA SIR

ସେ ଆଶୀର୍ବାଦ ଦେଉଥିବା ସମୟରେ ସମାରୋହରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରତାଳି ଦେଇଥିଲେ । ଉପସ୍ଥିତ ଥିବା ମାନ୍ୟଗଣ୍ୟ ଅତିଥି ମାନେ ତାଳି ମାରିଥିଲେ । ପୁରସ୍କାର ଗ୍ରହଣ କରିବା ସମୟରେ ଶତାୟୁ ଗୁରୁ କିଛି କହୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ରାଷ୍ଟ୍ରପତି କୋବିନ୍ଦ ଆଗ୍ରହର ସହ ଶୁଣିଥିଲେ । ୧୦୩ ବର୍ଷର ନନ୍ଦ ମାଷ୍ଟ୍ରେ ସାଦ୍ୱିନତା ପୂର୍ବରୁ ଚାଟଶାଳୀ ଖୋଲି ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଶିକ୍ଷାଦାନ କରି ଆସୁଛନ୍ତି । ତାଙ୍କ ଚାଟଶାଳୀରେ ପିଢ଼ି ପରେ ପିଢ଼ି ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ ମଧ୍ୟ ସେ କାହାଠାରୁ ଟଙ୍କାଟିଏ ଗୁରୁ ଦକ୍ଷିଣା ନିଅନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.