Below header

ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କୁ ବାସଭବନରୁ ଉଠାଇ ନେଲା ଖୋର୍ଦ୍ଧା ପୋଲିସ, ମାନବଦାଦ ନାଁ ଚଳାଇଥିଲେ ଆତଙ୍କରାଜ୍

କେନ୍ୟୁଜ୍(ବ୍ୟୁରୋ):  ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସଙ୍କ ସହିଦନଗର ବାସଭବନରୁ ମାନସ ଦାସଙ୍କୁ ଉଠାଇ ନେଲା ଖୋର୍ଦ୍ଧା ପୋଲିସ । ତାଙ୍କ ନାଁରେ ଆସିଥିଲା ସାଂଘାତିକ ଅଭିଯୋଗ । ବେଗୁନିଆ ଅଞ୍ଚଳରେ ବାପା ପୁଅଙ୍କୁ ନିସ୍ତୁକ ମାଡ଼ ମାରିବା, ବୋଲଗଡ଼ ଅଞ୍ଚଳରେ ଜଣେ ଲୋକଙ୍କୁ ହତ୍ୟା କରିବା ସହ ମାଳ ମାଳ ଅଭିଯୋଗ ଥିଲା ମାନସ ଦାସଙ୍କ ନାଁରେ । ଆଦିବାସୀଙ୍କୁ ଶୋଷଣ, ଅତ୍ୟାଚାର ଓ ଧର୍ମାନ୍ତରୀକରଣ ଆଦି ସଙ୍ଗିନ ଅଭିଯୋଗ ବି ହୋଇଥିଲା ।

ମାନବବାଦ ସଂଗଠନ ମୁଖା ତଳେ ଅମାନବୀୟ କାଣ୍ଡର ଲମ୍ବା ତାଲିକା ସାମନାକୁ ଆସିବା ପରେ ମାନସ ଦାସଙ୍କୁ ଗିରଫ ଦାବି ତେଜିଥିଲା । ଏନେଇ ନିକଟରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ରାଜ୍ୟର ୧୦ରୁ ଅଧିକ ଆଦିବାସୀ ଓ ଦଳିତ ସଂଘ ନେତା ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.