ହାବିଲଦାର ଏନ ଏନ ସୋରେନଙ୍କୁ ନେଇ ଚର୍ଚ୍ଚା: ଫାଇନ୍ ନକାଟି ମଦୁଆ ଡ୍ରାଇଭରଙ୍କ ସହିତ ତିନି ଶିଶୁଙ୍କୁ ଗାଡିରେ ବସାଇ ଛାଡିଲେ ଘରେ

କେନ୍ଦ୍ରାପଡା: ଖାକିର ମାନବିକତା । କେନ୍ଦ୍ରାପଡାର ପୋଲିସ କର୍ମଚାରୀ ଏନ ଏନ ସୋରେନଙ୍କୁ ନେଇ ଜିଲ୍ଲାରେ ଚର୍ଚ୍ଚା । ରାତିରେ ପାଟ୍ରୋଲିଂ ବେଳେ ଧରାପଡ଼ିଥିଲେ ଜଣେ ମଦୁଆ ଡ୍ରାଇଭର । ପ୍ରଚୁର ମାତ୍ରାରେ ମଦ ପିଇ ଗାଡ଼ି ଚଲାଉଥିଲେ ଡ୍ରାଇଭର । ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ । ପାଟ୍ରୋଲିଂ ବେଳେ ତାଙ୍କୁ ଅଟକାଇଥିଲେ ପୋଲିସ କର୍ମଚାରୀ । ହେଲେ କୌଣସି ଫାଇନ କାଟିନଥିଲେ ।

ଗାଡି ଅଟକାଇବା ବେଳେ ଜାଣିବାକୁ ପାଇଥିଲେ ଯେ, ପଛ ସିଟ୍‌ରେ ତିନି ଜଣ ଛୋଟ ପିଲା ବସିଛନ୍ତି । ମାନବିକତା ଦେଖାଇ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ଏନ ଏନ ସୋରେନ୍‌ ଗାଡି ଡ୍ରାଇଭରକୁ ପାଖ ସିଟ୍‌ରେ ବସାଇ ନିଜେ ଗାଡ଼ି ଚଲାଇଥିଲେ । ଯୁବକଙ୍କ ଘର ଠିକଣା ପଚାରି, ସୁରକ୍ଷିତ ଭାବେ ଘରେ ଛାଡିଥିଲେ । ତିନି ଛୋଟ ଶିଶୁଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ହାବିଲଦାର ସୋରେନ୍‌ । କୌଣସି ଅଘଟଣ ପୂର୍ବରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଘରେ ପହଁଚାଇଥିଲେ ଏନ ଏନ ସୋରେନ୍‌ । ପୋଲିସ କର୍ମଚାରୀଙ୍କ ଏଭଳି ମହାନତାକୁ ସବୁଠି ପ୍ରଶଂସା କରାଯାଉଛି । ପରିବାର ଲୋକ କହୁଛନ୍ତି ପୋଲିସ ହେବ ତ ଏମିତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.