କଟକ(କେନ୍ୟୁଜ୍): କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନାଁରେ ଜାଲ ଫେସବୁକ ଆକାଉଣ୍ଟ। ଆକାଉଣ୍ଟ ଖୋଲି ବିଭିନ୍ନ ଲୋକଙ୍କୁ ସପର୍କୀୟଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଛି ହାକର। ଦୁଇ ଦିନ ତଳେ ଏଭଳି ଏକ ଘଟଣା ଘଟିଛି, କେହି ଏଭଳି ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିବାର ଅଭିଯୋଗ ଆସିଛି ଏବଂ ଏ ସମ୍ପର୍କରେ ସାଇବର କ୍ରାଇମ ଥାନାରେ ଜଣାଇ ଦିଆଯାଇଛି ବୋଲି ଆରଡିସି ଅନୀଲ ସାମଲ ପ୍ରତିକ୍ରିୟା ରଖିଛନ୍ତି।
ଏନେଇ ନିଜ ଟ୍ବିଟରରେ ଜନସାଧାରଣଙ୍କୁ ସତର୍କ ମଧ୍ୟ କରିଛନ୍ତି ଆର.ଡି.ସି। ଏପରି ଘଟଣା ନଜରକୁ ଆସିଲେ ତୁରନ୍ତ ଜଣାନ୍ତୁ ଓ ଆକାଉଣ୍ଟ ଟିକୁ ବ୍ଲକ କରାନ୍ତୁ ବୋଲି ଅପିଲ କରିଛନ୍ତି ଆର.ଡି.ସି ।