ହାଇକୋର୍ଟ ବିଚାରପତିଙ୍କୁ ଅନୁଭବଙ୍କ ଚିଠି, ଫ୍ୟାମିଲି କୋର୍ଟ ବିଚାର ପ୍ରକ୍ରିୟାରେ ସ୍ବଚ୍ଛତା ରଖୁ ନଥିବା ଅଭିଯୋଗ

ହାଇକୋର୍ଟ ବିଚାରପତିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଚିଠି । ଯେଉଁଥିରେ କଟକ ଫ୍ୟାମିଲି କୋର୍ଟ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଅନୁଭବ ମହାନ୍ତି । ବିଚାର ପ୍ରକ୍ରିୟାରେ ଫ୍ୟାମିଲି କୋର୍ଟ ବିଚାରପତି ସ୍ବଚ୍ଛତା ରଖୁ ନାହାନ୍ତି ଚିଠିରେ ଅଭିଯୋଗ କରିଥିଲେ । ଏବେ ସେହି ଚିଠିକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଅନୁଭବ ।

କଟକ (କେନ୍ୟୁଜ): ହାଇକୋର୍ଟ ବିଚାରପତିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଚିଠି । ଗତ ଜୁଲାଇ ୧୨ ତାରିଖରେ ଏହି ଚିଠି ଲେଖିଥିଲେ । ଯେଉଁଥିରେ କଟକ ଫ୍ୟାମିଲି କୋର୍ଟ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଅନୁଭବ ମହାନ୍ତି । ବିଚାର ପ୍ରକ୍ରିୟାରେ ଫ୍ୟାମିଲି କୋର୍ଟ ବିଚାରପତି ସ୍ବଚ୍ଛତା ରଖୁ ନାହାନ୍ତି ଚିଠିରେ ଅଭିଯୋଗ କରିଥିଲେ । ଏବେ ସେହି ଚିଠିକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଅନୁଭବ । କାହିଁକି ଚିଠିକୁ ପୋଷ୍ଟ କଲେ ତାର କାରଣ ଲେଖିଛନ୍ତି । ଅନୁଭବଙ୍କ ଚିଠି ପୋଷ୍ଟ କରିବା କଣ ଆଇନ ସମ୍ମତ ? ଚିଠି ପୋଷ୍ଟ କଲା ପରେ ଅନୁଭବ ମହାନ୍ତିଙ୍କ ଅଡୁଆ ଆହୁରି ବଢ଼ିପାରେ ।

 

 

ଗତକାଲି କଟକ ଏସଡିଜେଏମ ଅଦାଲତରେ ହାଜର ହୋଇଥିଲେ ଅନୁଭବ ଓ ବର୍ଷା। ବର୍ଷା ଦାୟର କରିଥିବା ଘରୋଇ ହିଂସା ମାମଲାରେ ଉଭୟ ହାଜର ହୋଇଥିଲେ। ଉଭୟଙ୍କ ମଧ୍ୟରେ କନସିଲେସନ ହୋଇଛି । ନିଜେ କଟକ ଏସଡିଜେଏମ କାଉନସେଲିଂ କରିଥିଲେ। କନସିଲେସନ ପାଇଁ ଡକାଇଥିଲେ ଏସଡିଜେଏମ କୋର୍ଟ। ଗତ ୨୨ ତାରିଖରେ ବିବାହ ବିଚ୍ଛେଦ ପାଇଁ ସାଂସଦ ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଦେଇଥିଲେ କଟକ ପରିବାର ଅଦାଲତ ।

ଅନୁଭବଙ୍କ ସହ ପୁଣି ଏକାଠି ରହିବା ପାଇଁ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ ଅଦାଲତ ଅଗ୍ରାହ୍ୟ କରିଦେଇଥିଲେ । ମନ୍ଦ ଉଦ୍ଦେଶ୍ୟ ରଖି ବିବାହ ବିଛେଦ ପାଇଁ ଉଦ୍ୟମ କଲେ ଆଇନ ଏଥିପାଇଁ ଅନୁମତି ଦେବ ନାହିଁ ବୋଲି ମାମଲାର ରାୟ ପ୍ରକାଶ କରି ପରିବାର ଅଦାଲତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.