ଖୁଲାସା ହେଲା Samsung Galaxy S23 FE ମୂଲ୍ୟ, ରହିଛି ଦମଦାର ଫିଚର୍ସ

ଲିକ୍ ହୋଇଥିବା ରିପୋର୍ଟ ଅନୁସାରେ ଆସନ୍ତା ମାସରେ ଏହା ଲଞ୍ଚ ହେବ। ତେବେ FE ର ଅର୍ଥ ହେଉଛି ଫ୍ୟାନ୍ ଏଡିସନ୍‌ । ଏହାପୂର୍ବରୁ କମ୍ପାନୀ ୨୦୨୨ରେ Galaxy S21 FE ଲଞ୍ଚ କରିଥିଲା ।

ସାମସଙ୍ଗ ଚଳିତ ବର୍ଷ ଆରମ୍ଭରେ Galaxy S23 ସିରିଜ୍ ଲଞ୍ଚ କରିଥିଲା । ବର୍ତ୍ତମାନ ଏହାର ଆଉ ଏକ ମଡେଲ୍ ମାର୍କେଟରେ ଲଞ୍ଚ ହେବାକୁ ଯାଉଛି, ଯାହାର ନାମ Samsung Galaxy S23 FE । ଲିକ୍ ହୋଇଥିବା ରିପୋର୍ଟ ଅନୁସାରେ ଆସନ୍ତା ମାସରେ ଏହା ଲଞ୍ଚ ହେବ। ତେବେ FE ର ଅର୍ଥ ହେଉଛି ଫ୍ୟାନ୍ ଏଡିସନ୍‌ । ଏହାପୂର୍ବରୁ କମ୍ପାନୀ ୨୦୨୨ରେ Galaxy S21 FE ଲଞ୍ଚ କରିଥିଲା । ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଫୋନର ଆମେରିକୀୟ ମୂଲ୍ୟ ପ୍ରକାଶ ପାଇଛି ।

MySmartPrice ଅନୁସାରେ ସାମସଙ୍ଗ Galaxy S23 FEର ମୂଲ୍ୟ ରାଜ୍ୟ ଉପରେ ନିର୍ଭର କରି ଭିନ୍ନ ରହିବ କିନ୍ତୁ ଏହାର ଆରମ୍ଭ ମୂଲ୍ୟ ୫୯୯ ଡଲାର ହୋଇପାରେ । ରିପୋର୍ଟରେ ଷ୍ଟୋରେଜ୍‌ କନଫିଗେରେସନର ବିଷୟରେ କୁହାଯାଇନାହିଁ । କିନ୍ତୁ ଏହା ୮ GB RAM ଏବଂ ୧୨୮GB ଷ୍ଟୋରେଜ୍‌ ସହିତ ଉପଲବ୍ଧ ହେବାର ସମ୍ଭାବନା ରହିଛି ।

ଅନଲକ୍‌ ହୋଇଥିବା ସାମସଙ୍ଗ Galaxy S21 FE ୟୁଏସରେ ସମାନ ଦାମ ଥିବାବେଳେ ପିକ୍ସେଲ 7aର ମୂଲ୍ୟ ୪୯୯ ଡଲାର(୪୧,୫୦୦ ଟଙ୍କା)ରୁ ଆରମ୍ଭ ହୋଇଛି ଏବଂ Galaxy A54 କୁ ୪୫୦ ଡଲାର(୩୭,୪୨୫ ଟଙ୍କା) ରେ କିଣାଯାଇପାରିବ ।

ଫୋନରେ ୬.୪ ଇଞ୍ଚ AMOLED ଡିସପ୍ଲେ ଥିବାର ଆଶା କରାଯାଉଛି, ଯେଉଁଥିରେ ଫୁଲ୍‌ HD + ରିଜୋଲ୍ୟୁସନ ଏବଂ ୧୨୦Hz ରିଫ୍ରେସ ରେଟ ସାମିଲ ହୋଇପାରେ । ଡିଭାଇସରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୧ କିମ୍ବା Exynos ୨୨୦୦ SoC, ୮ GB RAM ଏବଂ ୨୫୬ GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍ ରହିଥିବାର ସମ୍ଭାବନା ଅଛି ।

ଏହି ଡିଭାଇସ୍ ପଛରେ ୫୦MP ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଥିବାର ସମ୍ଭାବନା ଥିବାବେଳେ ଫ୍ରଣ୍ଟରେ ୧୦MP ସେଲଫି ସୁଟର ଥାଇପାରେ । ୪,୫୦୦mAh ବ୍ୟାଟେରୀ ପ୍ୟାକ୍ ଏହି ଡିଭାଇସକୁ ପାଓ୍ଵାର ଯୋଗାଇବ, ଯାହା 25W ଚାର୍ଜିଂ ସପୋର୍ଟ ସହିତ ଆସିବ । ଲିକ୍ ଅନୁସାରେ ସାମସଙ୍ଗ Galaxy S23 FE ଅକ୍ଟୋବର ୪ରେ ଲଞ୍ଚ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.