ଲଜ୍ଜା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଟେକିନେଇ ଜଙ୍ଗଲରେ ଦୁଷ୍କର୍ମ କଲା ଅଭିଯୁକ୍ତ
ଉଦଳା (କେନ୍ୟୁଜ୍) : ଲଜ୍ଜା। ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଘରୁ ଟେକିନେଇ ଜଙ୍ଗଲରେ ଦୁଷ୍କର୍ମ କଲା ଅଭିଯୁକ୍ତ। ଅଭିଯୁକ୍ତ ଧପଡା ଗାଁର ବାବୁଲି ବଦରା। ମୟୁରଭଞ୍ଜ ଜିଲ୍ଲା ଉଦଳା ଶରତ ଥାନା କାଠଚୁଆ ଅଞ୍ଚଳରେ ଏହି ଲଜ୍ଜା ଜନକ ଘଟଣା ଘଟିଛି। ଗତ ୩୧ ତାରିଖ ଦିନ ଯୁବତୀ ଜଣକ ଘରେ ଏକୁଟିଆ ଥିବାବେଳେ ଏହାର ସୁଯୋଗ ନେଇ ବାବୁଲି ଯୁବତୀଙ୍କୁ ଘରୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପରେ ଏନେଇ ଯୁବତୀ ଜଣକ ଘରେ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।