ଧୁମଧାମରେ ଉନ୍ମୋଚିତ ହେଲା ବିଶାଳ ହନୁମାନ ମୂର୍ତ୍ତି, ରାମ ଧ୍ୱନିରେ କମ୍ପି ଉଠିଲା ଗଗନ ପବନ

ପବିତ୍ର ପଣା ସଂକ୍ରାନ୍ତି ଓ ପ୍ରଭୁ ଶ୍ରୀ ମହାବୀରଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରୀ ମହାବୀର ଜିଉଙ୍କ ୩୩ଫୁଟ ର ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି ।

ଦଶପଲ୍ଲା (କେନ୍ୟୁଜ୍‌) :ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ପ୍ରସାଦ ଗ୍ରାମଠାରେ ପବିତ୍ର ପଣା ସଂକ୍ରାନ୍ତି ଓ ପ୍ରଭୁ ଶ୍ରୀ ମହାବୀରଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରୀ ମହାବୀର ଜିଉଙ୍କ ୩୩ଫୁଟ ର ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଗ୍ରାମ କମିଟି ସଭାପତି ସନାତନ ପୃଷ୍ଟି ଓ ସମ୍ପାଦକ ମନୋରଞ୍ଜନ ବେହେରାଙ୍କ ଉଦ୍ୟମରେ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହୋଇଯାଇଛି ।

ଗତକାଲି ଅପରାହ୍ନରେ କଳସଯାତ୍ରା କରାଯାଇ ମହାନଦୀରୁ ଜଳ ଅଣାଯାଇଥିଲା । ପରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସକାଳୁ ସୂର୍ଯ୍ୟପୂଜା ,ଗୋ – ପୂଜା କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଅପରାହ୍ନରେ ଶ୍ରୀ ମହାବୀର ଜିଉଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇ ପୂର୍ଣ୍ଣାହୁତି ହୋଇଥିଲା । ଗିରିଶ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ୧୦୮ ହନୁମାନ ଚାଳିଶା ଓ ବିଭିନ୍ନ ମାତୃ ମଣ୍ଡଳୀ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅର୍ଣ୍ଣଯଜ୍ଞ, ଘୃତଯଜ୍ଞ,ନାମଯଜ୍ଞ ସହିତ ଜୟ ଶ୍ରୀରାମ ଧ୍ବନିରେ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟକ୍ତି ବିଶେଷ ପ୍ରମୁଖ ସାମିଲ ହୋଇ ମହାବୀରଙ୍କ କୃପାଭିକ୍ଷା କରିବା ସହିତ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.