ଆଜିଠୁ ୪ଦିନ ଜଳିବ ସାରା ଓଡିଶା, ହିଟୱେଭ୍ ୱାର୍ଣ୍ଣିଂ ଜାରି

ଆଜିଠୁ ଆହୁରି କଲବଲ କରିବ ତାତି । ଖରା ତାତି ସାଙ୍ଗକୁ ଛଟପଟ କରିବ ଗୁଳୁଗୁଳି । ଆଜିଠୁ ୪ଦିନ ଜଳିବ ସାରା ଓଡିଶା । ଅଧିକାଂଶ ସ୍ଥାନରେ ପାରଦ ୪ରୁ ୬ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର : ଆଜିଠୁ ଆହୁରି କଲବଲ କରିବ ତାତି । ଖରା ତାତି ସାଙ୍ଗକୁ ଛଟପଟ କରିବ ଗୁଳୁଗୁଳି । ଆଜିଠୁ ୪ଦିନ ଜଳିବ ସାରା ଓଡିଶା । ଅଧିକାଂଶ ସ୍ଥାନରେ ପାରଦ ୪ରୁ ୬ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟକୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବାହ ବୃଦ୍ଧି ପାଉଥିବାରୁ ତାପମାତ୍ରା ବଢ଼ିବ । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାର କରିବ । ଆଜିଠୁ ଅସମ୍ଭାଳ ହେବ ଗ୍ରୀଷ୍ମ ପ୍ରବାହ । ଆଜି ୫ ଜିଲ୍ଲା କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରକୁ ହିଟୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

୧୬ ତାରିଖରୁ ଅସହ୍ୟ ହେବ ତାତି ଓ ଗୁଳୁଗୁଳି । ୧୬ ରେ ୧୨ ଜିଲ୍ଲା ପାଇଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୧୮ ତାରିଖ ଯାଏ ତାତିରୁ ନିସ୍ତାର ମିଳିବନି । ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ ଓ ୟନମରେ ଗ୍ରୀଷ୍ମଲହରୀ ପ୍ରବାହ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। କାଲି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଥିଲା ପାରଳାଖେମୁଣ୍ଡି । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୦. ୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ୨୨ରୁ ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.