ଫିକା ପଡିଲା ରୋହିତଙ୍କ ଶତକ, ୨୦ ରନରେ ଜିତିଲା ଚେନ୍ନାଇ

ଫିକା ପଡିଲା ରୋହିତଙ୍କ ଶତକ । ମୁମ୍ବାଇକୁ ୨୦ ରନରେ ପରାସ୍ତ କଲା ଚେନ୍ନାଇ । ଗତ ଦୁଇଟି ମ୍ୟାଚ୍ କ୍ରମାଗତ ଜିତିବା ପରେ ଷଷ୍ଠ ମ୍ୟାଚ୍ ପୁଣି ହାରିଛି ମୁମ୍ବାଇ । ମୁମ୍ବାଇ ଦ୍ବିତୀୟ ପାଳିରେ ୨୦୭ ରନର ବିଜୟ ଲକ୍ଷ୍ୟକୁ ପିଛାକରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୬ ରନ୍ କରି ପରାସ୍ତ ହୋଇଛି ।

ମୁମ୍ବାଇ ପକ୍ଷରୁ ପ୍ରଥମରୁ ଭଲ ବ୍ୟାଟିଂ ଦେଖିବାକୁ ମିଳିଥିଲା । ରୋହିତ ଦମଦାର ୧୦୫ ରନ୍ କରିଥିବା ବେଳେ ଇଶାନ୍ କିଶାନ୍ ୨୩ ରନ୍ ଓ ତିଲକ୍ ବର୍ମା ୩୧ ରନ୍ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ୍ କରିବାରେ ସକ୍ଷ୍ୟମ ହୋଇଥିଲେ ଯାହା ମୁମ୍ବାଇ ପରାଜୟର ମୁଖ୍ୟ କାରଣ ଥିଲା । କିନ୍ତୁ ଚେନ୍ନାଇ ପକ୍ଷରୁ ଭଲ ବୋଲିଂ ଦେଖିବାକୁ ମିଳିଥିଲା ।

ପାଥିରାନା ୪ଟି ୱିକେଟ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ, ମୁସ୍ତାଫିଜୁର ରହମାନ ୧-୧ ୱିକେଟ ନେଇ ଚେନ୍ନାଇକୁ ଚତୁର୍ଥ ବିଜୟ ଦେଇଥିଲେ । ଏହି ବିଜୟ ସହ ଚେନ୍ନାଇ ୮ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ତୃତୀୟରେ ରହିଛି । ମୁମ୍ବାଇ ୬ଟି ମ୍ୟାଚରୁ ୨ଟି ଜିତି ପଏଣ୍ଟ ଟେବୁଲର ୮ ନମ୍ବର ସ୍ଥାନରେ ରହିଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.