ରାଶିଫଳ : କଳା କ୍ଷେତ୍ରରେ କାମ କରୁଥିବା ଲୋକେ ଆଜି ଖୁସି ଖବର ପାଇବେ, ବାହାରକୁ ଯାତ୍ରା କରିବେ

ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ବହୁତ ଦିନରୁ ହେଉଥିବା ସମସ୍ୟାର ସମାଧାନ ହୋଇଯିବ । ଲୋକମାନେ ଆପଣଙ୍କ କଥାରେ ପ୍ରଭାବିତ ହେବେ ।

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍‌ କାର୍ଯ୍ୟରେ ବିଳମ୍ବ ହେବ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ ରହିବ । ଆର୍ଥିକ ସ୍ଥିତି ସୁଦୃଢ ହେବ । କଳା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ ।

ବୃଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ । ପରିବାରରେ ଖୁସି ରହିବ । ସନ୍ଧ୍ୟା ସମୟ ପିଲାଙ୍କ ସହ ଖେଳରେ ବିତିବ । ମା’ଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଏହିପରି ଆପଣଙ୍କ ଦିନଟି ଭଲରେ କଟିବ ।

ମିଥୁନ: ବେପାରିମାନଙ୍କୁ କୌଣସି ନୂଆ କମ୍ପାନୀ ସହ କାମ କରିବାର ସୁଯୋଗ ମିଳିବ । ଗୀତିକରଙ୍କୁ ବଡ ଅଫର ମିଳିବାର ଯୋଗ ରହିଛି । ସମ୍ପର୍କକୁ ସଦୃଢ କରିବା ପାଇଁ ଚେଷ୍ଟା କରିବେ । କୌଣସି କାମରେ ଜୀବନସାଥି ସାହାଯ୍ୟ କରିବେ । କିଛି ନୂଆ କାମ କରିବା ପାଇଁ ଚିନ୍ତା କରିବେ ।

କର୍କଟ: ଆଜି ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ । ହଠାତ୍‌ ଖୁସି ଖବର ମିଳିବ । ଆପଣ କିଛି ଘରର ଜିନିଷ କିଣିବେ । ମାତାପିତା ପିଲାଙ୍କ ପାଠପଢାରେ ସାହାଯ୍ୟ କରିବେ । ନିଜ ଆଖପାଖର ଲୋକେ କୌଣସି କାର୍ଯ୍ୟରେ ବିରୋଧ କରିବେ । ଜୀବନସାଥିଙ୍କ ସହ ତାଳମେଳ ରହିବ । ଲଭ୍‌ମେଣ୍ଟ୍‌ଙ୍କୁ ହଠାତ୍‌ ଉପହାର ମିଳିବ ।

ସିଂହ: ଆପଣଙ୍କ ଆର୍ଥିକ ସ୍ଥିତି ସଦୃଢ ରହିବ । କୌଣସି ସାଙ୍ଗ ସହ ପାର୍ଟି କରିବା ପାଇଁ ଇଚ୍ଛା କରିବେ । ଅଫିସ୍‌ରେ କାମକୁ ନେଇ ବସ୍‌ ଆପଣଙ୍କର ପ୍ରଶଂସା କରିବେ । ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ବହୁତ ଦିନରୁ ହେଉଥିବା ସମସ୍ୟାର ସମାଧାନ ହୋଇଯିବ । ଲୋକମାନେ ଆପଣଙ୍କ କଥାରେ ପ୍ରଭାବିତ ହେବେ । ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ । ପିଲାମାନେ ପଢାପଢିରେ ମନ ଦେବେ ।

କନ୍ୟା: ଅଫିସ୍‌ରେ ଅଧିକ ସମୟ ଦେବା ଯୋଗୁ ଅଟକିଥିବା କାମ ପୂରା ହେବ । କୌଣସି ପ୍ରକାରର ବିବାଦରୁ ବଞ୍ଚିବା ପାଇଁ ଚେଷ୍ଟା କରିବେ । ମନରେ ନୂଆ ନୂଆ ବିଚାର ଆସିବ । ବ୍ୟବସାୟରେ ଯେକୌଣସି କାମ ହାତକୁ ନେବେ, ସେଥିରେ ସଫଳତା ମିଳିବ । ପାରିବାରିକ ସମ୍ପର୍କରେ ନୂତନ ମୋଡ ଆସିବ ।

ତୁଳା: ବ୍ୟବସାୟରେ ହଠାତ୍‌ ଧନ ପ୍ରାପ୍ତି ହେବ । ଅଫିସ୍‌ରେ ସହକର୍ମୀ କାର୍ଯ୍ୟରେ ସାହାଯ୍ୟ କରିବେ । କୌଣସି ନୂଆ ବନ୍ଧୁ ହେବେ, ଯିଏ ଆଗାମୀ ସମୟରେ ସାହାଯ୍ୟ କରିବେ । କିଛି ନୂଆ କାମ କରିବା ପାଇଁ ଯୋଜନା କରିବେ । ଆୟରେ ବୃଦ୍ଧି ହେବ । ବାସନ ବିକ୍ରି କରୁଥିବା ଲୋକମାନଙ୍କୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି ।

ବିଛା: ବେପାରକୁ ଆଗକୁ ନେବା ପାଇଁ କିଛି ନୂଆ ଉପାୟ ଚିନ୍ତା କରିବେ । କୌଣସି କାର୍ଯ୍ୟରେ ମିତ୍ରଙ୍କ ଉପଦେଶ ଯୋଗୁ ଲାଭବାନ ହେବେ । ପିଲାଙ୍କ ପାଇଁ କିଛି ଖୁସି ଖବର ମିଳିବ । ବହୁତ ଜରୁରୀ ଥିଲେ ଯାତ୍ରା କରନ୍ତୁ, ନଚେତ୍‌ ଯାତ୍ରା ନ କରିବା ଭଲ। ଜୀବନସାଥି ଆପଣଙ୍କ ବ୍ୟବହାର ଯୋଗୁ ଖୁସି ହେବେ ।

ଧନୁ: ଆଜି ଆପଣଙ୍କ ଦିନ ବହୁତ ଖାସ୍‌ ରହିବ । କାହାସହ କଥା ହେବା ସମୟରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିବେ । ଆପଣ ଅନ୍ୟ କାହା ଉପରେ ନିଜର ପ୍ରଭାବ ପକାଇବା ପାଇଁ ପ୍ରୟାସ କରିବେ । ଲଭ୍‌ମେଟଙ୍କ ପାଇଁ ଦିନଟି ଭଲ ରହିବ । ବିବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ ।

ମକର: ଘରେ ପୂଜାପର୍ବ ଆୟୋଜନ ପାଇଁ ଇଚ୍ଛା କରିବେ । କିଛି ଲୋକଙ୍କ ଖରାପ ବ୍ୟବହାର ଯୋଗୁ ଆପଣଙ୍କ ମନ ଦୁଃଖ ରହିବ, ହେଲେ ଶୀଘ୍ର ସବୁ ଠିକ୍‌ ହୋଇଯିବ । ମହିଳାମାନେଙ୍କୁ ନିଜ ଜିନିଷର ଧ୍ୟାନ ରଖିବାକୁ ପଡିବ ନଚେତ୍‌ ହଜିବାର ସମ୍ଭାବନା ରହିଛି । ଯେକୌଣସି କାର୍ଯ୍ୟ ହେଉ ମାତାପିତାଙ୍କ ଆଶୀର୍ବାଦ ରହିବ । ବିଦ୍ୟାର୍ଥଙ୍କ ପାଇଁ ଦିନଟି ଭଲ ରହିବ ।

କୁମ୍ଭ: ଆଜି ଆପଣଙ୍କୁ ପରିବାରର ସେହ୍ନ ଓ ସହଯୋଗ ମିଳିବ । କୌଣସି ସାଙ୍ଗ ଠାରୁ ସହାୟତା ମିଳିବ । ବେପାରରେ ଅର୍ଥ ଲାଭ ହେବ, ଯେଉଁଥିପାଇଁ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ । ଧନ ମିଳିବାର ସମ୍ଭାବନା ରହିଛି । ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭମୟ । ଦାମ୍ପତ୍ୟ ଜୀବନରେ ଝଗଡା ଥିଲେ ଠିକ୍‌ ହୋଇଯିବ ।

ମୀନ: ଆପଣଙ୍କୁ ଆଜି କାହା ଠାରୁ ବ୍ୟବସାୟ ସମ୍ବନ୍ଧୀୟ ଭଲ ପରାମର୍ଶ ମିଳିବ, ଯାହାଦ୍ୱାରା ଆପଣ ଲାଭବାନ ହେବେ । ପିଲାମାନଙ୍କ ଠାରୁ ଖୁସି ମିଳିବ । ଅଫିସ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିବେ । ଆପଣଙ୍କୁ ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବାକୁ ପଡିବ । ପିଲାମାନଙ୍କୁ ଉପହାର ମିଳିବ । ଏହିପରି ଦିନଟି ଭଲରେ କଟିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.