ମାଲକାନଗିରି ଏସ୍ପିଙ୍କ ନିକଟରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ
ମାଲକାନଗିରି ଏସ୍ପିଙ୍କ ନିକଟରେ ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛି । ତା ନାଁ କମୁଲୁ ବେଟି । ସେ ଛତିଶଗଡ଼ର ଦରଭା ମାଓ ସଙ୍ଗଠନର ସକ୍ରିୟ ସଦସ୍ୟ । କାଙ୍ଗେରଘାଟି ଏରିଆ କମିଟି ମାଓ ସଂଗଠନର ସଦସ୍ୟ ଭାବେ କାମ କରୁଥିଲା । କମୁଲୁ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବହୁ ହିଂସାକାଣ୍ଡରେ ସାମିଲ । କମୁଲୁକୁ ଧରାଇ ଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ।