ରାୟଗଡା ଦୁର୍ଗମ ଅଞ୍ଚଳରେ ପ୍ରବେଶ କଲା କରୋନା, ହାତୀପଦର ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ରାୟଗଡା: ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପ୍ରବେଶ କରିଛି କରୋନା। ମୁନିଗୁଡା ବ୍ଳକ ହାତୀପଦର ଗାଁ କଣ୍ଟେନମେଣ୍ଟ ଜୋନ୍ । ୫୪ ଜଣ ପଜିଟିଭ୍ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା କରିଛି ପ୍ରଶାସନ ।
ଗତ ୨୯ ତାରିଖରେ ୧୦୦ ଜଣଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୪ ଜଣ ପଜିଟିଭ୍ ବାହାରିଛନ୍ତି। ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ଟିମ୍ ଗଠନ ହୋଇଛି।