Below header

ଗଞ୍ଜାମ : ମଧ୍ୟାହ୍ନ ଭୋଜନ ଅର୍ଥ ହଡପ କରି ପ୍ରଧାନ ଶିକ୍ଷକ ନିଲମ୍ବିତ

ଗଞ୍ଜାମ : ନିଲମ୍ବିତ ହୋଇଛନ୍ତି ବେଗୁନିଆପଡା ବ୍ଲକ ଅଧିନସ୍ଥ ଫାସି ପଞ୍ଚାୟତର ମେଦିନିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ମଧ୍ୟାହ୍ନ ଭୋଜନ ଅର୍ଥ ହଡ଼ପ ଅଭିଯୋଗରେ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ମିଶ୍ର ନିଲମ୍ବିତ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଗତ ୧୬ ତାରିଖରେ ସ୍କୁଲରେ କୌଣସି ପିଲା ନଥାଇ ମଧ୍ୟ ମଧ୍ୟାହ୍ନ ଭୋଜନ ପାଇଁ ୪୯ ପିଲାଙ୍କ ନାଁ ପକାଇଥିଲେ ପ୍ରଧାନଶିକ୍ଷକ । କେବଳ ସେତିକି ନୁହେଁ ପ୍ରାୟ ଶନିବାର ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ହୁଏ ନାହିଁ । ଏହା ସହ ଆସୁଥିବା ପିଲାଙ୍କ ସଂଖ୍ଯାଠୁ ଅଧିକ ସଂଖ୍ଯା ପକାଇ ଅର୍ଥ ହଡପ କରୁଥିବା ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ l ପରେ ଶିକ୍ଷାଅଧିକାରୀ ଏହା ତଦନ୍ତ କରି ଗତକାଲି ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.