Below header

ଅସହ୍ୟ ତାତି ! ସକାଳୁ ସକାଳୁ ଏତେ ଖରା ଯେ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

ଆଜି ଓ କାଲି ଦୁଇ ଦିନରେ ରାଜ୍ୟର ଅନେକ ସହରର ଦୀନ ତାପମାତ୍ରା ସ୍ୱାଭାବିକଠାରୁ ୩-୫ ଡିଗ୍ରୀ ଯାଏ ବଢିବା ସମ୍ଭାବନା ରହିଛି । ଫଳରେ ପ୍ରଚଣ୍ଡ ଖରା ଓ ଗରମରେ ଆଉଟୁପାଉଟୁ ହେବ ଜନଜୀବନ । ପାରଦ ୪୫ ଡିଗ୍ରୀ ପାର କରିପାରେ ।

ଭୁବନେଶ୍ୱର (କେନ୍ୟୁଜ): ଡହଡହ ତାତି । ମୁଣ୍ଡଫଟା ଖରା । ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ପଶ୍ଚିମ । ଆକାଶରୁ ନିଆଁ ବର୍ଷୁଛି । ତତଲା ତାଓ୍ଵା ପାଲଟିଛି ସାରା ଓଡ଼ିଶା । ଗତକାଲି ରାଜ୍ୟରେ ୨୫ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ୪୩.୫ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବାରିପଦା । ଆଜି ବି ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିବ ନାହିଁ । ଆଜି ଓ କାଲି ଦୁଇ ଦିନରେ ରାଜ୍ୟର ଅନେକ ସହରର ଦୀନ ତାପମାତ୍ରା ସ୍ୱାଭାବିକଠାରୁ ୩-୫ ଡିଗ୍ରୀ ଯାଏ ବଢିବା ସମ୍ଭାବନା ରହିଛି । ଫଳରେ ପ୍ରଚଣ୍ଡ ଖରା ଓ ଗରମରେ ଆଉଟୁପାଉଟୁ ହେବ ଜନଜୀବନ । ପାରଦ ୪୫ ଡିଗ୍ରୀ ପାର କରିପାରେ । ଦୁଇ ଦିନ ପାଇଁ ହିଟ୍‌ େଓ୍ଵଭ୍‌ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ ୮ ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୋଳ ଓ ବାଲେଶ୍ୱରକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଆଲର୍ଟ ଦିଆଯାଇଛି ।

ସେହିପରି ୧୫ ତାରିଖରେ ୭ ଜିଲ୍ଲା ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ସୋନପୁର ଓ ବୌଦ୍ଧକୁ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ଜଳୁଛି । ସକାଳ ୮ଟାରୁ ମାଡ଼ି ଆସୁଛି ଖରା । ଦିନ ବଢ଼ିବା ସହ ପାରଦ ଉପମୁହାଁ ହେଉଛି । ଦିନ ୧୧ଟା ବେଳକୁ ଅସହ୍ୟ ହେଉଛି ତାତି । ସାଢ଼େ ୨ଟା ଭିତରେ ପାରଦ ୪୦ ଡିଗ୍ରୀ ପାର କରୁଛି । ଗତକାଲି ଅନୁଗୋଳ, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ୪୨.୫, ଟିଟଲାଗଡ଼ରେ ୪୨.୨ ଡିଗ୍ରୀ ରହିଥିଲା ଦିନର ସର୍ବୋଚ୍ଚ ତାପମାତ୍ରା । ବଲାଙ୍ଗିର, ଭବାନୀପାଟଣା ଓ ତାଳଚେରରେ ରେକର୍ଡ ହୋଇଥିଲା ୪୨ ଡିଗ୍ରୀ ତାତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.