ଆଗାମୀ ୪ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢିବ ତାପମାତ୍ରା, ଆଜି ୭ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି

ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା। ବୌଦ୍ଧ , ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର ଓ ଟିଟିଲାଗଡ଼ ଆଦି ପାଲଟିଛି ନିଆଁ ପିଣ୍ଡ। ୪୪.୫ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ତତଲାଗଡ଼ ପାଲଟିଛି। ଝାରସୁଗୁଡା ୪୩.୯ ଓ ବଲାଙ୍ଗିରରେ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଛି । ୨୨ଟି ସହରରେ ୪୦ ଡିଗ୍ରୀ ଉପରେ ରହିଛି ପାରଦ । ୧୪ ସ୍ଥାନରେ ୪୨ ଓ ୯ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ଆଗାମୀ ୪ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ଯାଏ ବଢ଼ିପାରେ । ଉପକୂଳ ଓଡ଼ିଶାରେ ବି ସାମାନ୍ୟ ଠାରୁ ୨ରୁ ୩ ଡିଗ୍ରୀ ବଢିବ ପାରଦ । ୩୦ ଯାଏ ବିଭିନ୍ନ ଜିଲ୍ଲାକୁ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି ହୋଇଛି।

ଆଜି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଅନୁଗୋଳ, ଦେବଗଡ ଓ ବଲାଙ୍ଗିର ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି । ବର୍ତ୍ତମାନ ଉପକୂଳ ଓଡ଼ିଶାରୁ ଦକ୍ଷିଣା ପବନ ବହିବା ଆରମ୍ଭ କରିବ। ଫଳରେ ଉପକୂଳରେ ତାପମାତ୍ରା ଧୀରେଧୀରେ କମିବ ଓ ୨ ଦିନରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିଯିବ ବୋଲି ପାଣିପାଗ ବିଭାଗ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.