ଆହୁରି ୩ ଦିନ ଜଳାଇବ, ସିଝାଇବ ଓ କଲବଲ କରିବ

ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ଲୋକେ । ତେବେ ଏତିକିରେ ତ୍ରାହି ମିଳିବନି । ଆହୁରି ୩ ଦିନ ଜଳାଇବ, ସିଝାଇବ ଓ କଲବଲ କରିବ । ୨୦ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ସିଭିୟର ହିଟ୍‌େଓ୍ଵଭ୍‌ ନେଇ ଆଜି ପାଇଁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

କେନ୍ୟୁଜ୍(ବ୍ୟୁରୋ):   ଆଷାଢ଼ରେ ପ୍ରଚଣ୍ଡ ତାତିରେ ଜଳୁଛି ସାରା ରାଜ୍ୟ । ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ଲୋକେ । ତେବେ ଏତିକିରେ ତ୍ରାହି ମିଳିବନି । ଆହୁରି ୩ ଦିନ ଜଳାଇବ, ସିଝାଇବ ଓ କଲବଲ କରିବ । ୨୦ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ସିଭିୟର ହିଟ୍‌େଓ୍ଵଭ୍‌ ନେଇ ଆଜି ପାଇଁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ପଶ୍ଚିମ ଓଡ଼ିଶାର ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁରକୁ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଦିନ ସାଢ଼େ ୨ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ଏଠାରେ ପାରଦ ୪୫ ଡିଗ୍ରୀ ଛୁଇଁଛି । ସେହିପରି ଝାରସୁଗୁଡ଼ାରେ ୪୪.୪, ହୀରାକୁଦରେ ୪୪ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ବି ପାରଦ ୪୪ ଡିଗ୍ରୀ ଛୁଇଁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.